STORYMIRROR

Sunanda Mohanty

Abstract Action Thriller

4  

Sunanda Mohanty

Abstract Action Thriller

ଶଗଡ଼ 

ଶଗଡ଼ 

1 min
0


ଅଙ୍କାବଙ୍କା ସବୁ ରାସ୍ତାରେ 
ସେ ଗାଡିପାରେ 
ଖାଲ ଖମା କାଦୁଆ ପଥରେ 
ପଥିକର ସାହାରା ହେବାରେ 
ଶଗଡ଼ ଆଜି ବି ଗଡୁଛି 
ଦୁଶୁଛି ଝାଉଁବଣ ଆରପାରେ 
ଜମିରେ କାଳିଆ ବଳିଆ ସାଥିରେ 
ଶାଗଡ଼ିଆ ଭାଇ ଗୀତ ଗାଇ ଗାଇ 
କହେ ଏଲନିନୋ ନାହିଁ ଆଉ କାହିଁରେ 
ଆମ ଶଗଡ଼ ଗଡି ଗଡି 
ସେନାପଟା ଶଗଡ଼ଗାଡି 
ଲାଗୁଛୁ ପ୍ରଭୁ ଙ୍କ କାମରେ 
ଆପଣା ପଣରେ ଏବେ ବି ଡାକ ମାରେ 
ହରିଆ ଭାଇ ଦାମ ମଉସା ହାଡୁ ଦାଦି 
ଦିନ ଦ୍ବିପହରେ ପଖାଳ ଖିଆ ପରେ 
ରାମ ଯେ ଲଇକ୍ଷଣ କୁଆଡେ ଗଲରେ 
ଚାଲ ବେଗି ବେଗି ଗଡି ଶଗଡି 
ଆର ଗାଁ ସେପାରେ 
ତୋଟାମାଳ ଭିତରେ 
କଣ୍ଟା ଝଣ୍ଟା ଝୁଣ୍ଟା ଭୟ ନାହିଁରେ 
ଖାଲ ଢିପ ଉଚ୍ଚା ନୀଚା କଚା ରାସ୍ତାରେ 
ରସ୍ତା ର ସାଥି ଶଗଡ଼ ଗଡି 
ବିଲ ଯାଏଁ ସବୁ ବୋହି ନେଇପାରେ 
ଭୟ କାହାକୁ ଡର କାହାକୁ 
ଶଗଡ଼ ଗଡୁଥିବ ଯଦି ରାସ୍ତା ସେପାରେ
ଦାସକାଠିଆ ପାଲା ସଂକୀର୍ତ୍ତନ 
ଦେଖିବାକୁ ଝିଅ ବୋହୁ ଶଗଡ଼ ଭିତରେ 
ଦିଶୁଥାଏ ଚାନ୍ଦ ଉଦିଆ ମୁଁହଁ 
ଶଗଡ଼ ତାଟି ଫାଙ୍କରେ 
ଗଡିଲାଣି ସେନାପଟା ଶଗଡି ଗାଡି 
ଚାଲ ଚାଲ ବଡ଼ଦାଣ୍ଡେ 
ଶଗଡି ରୂପକ ରଥ ଗଡିବରେ 
,,,,,,,,,,,,,,,,,


Rate this content
Log in

Similar oriya poem from Abstract