ତୁମେ ଭାବର ତୁମେ ଭକ୍ତିର
ତୁମେ ସ୍ରଷ୍ଟା ବିଶ୍ବର
କାହାକୁ ଦେଇଛ ଧନ କାହାକୁ ମନ
ଏପାରିର ପୁଣି ସେପାରିର
ହେ ବିଶ୍ୱନିୟନ୍ତା କେମିତି ପଢୁଛ
ବେଦନା ଅନ୍ତରତଳର
ତୁମେ ସୌଦାଗର ମନ ମନ୍ଦିରର
ତୁମେ ପୁଣ୍ୟର ଶୁନ୍ୟ ଠାକୁର
ସବୁ ଅସମ୍ଭବକୁ ସମ୍ଭବ କରାଇ
ବୋଲାଉଛ ଯେଣୁ ଇଶ୍ୱର
କିଏସେ କଳିବ ମହିମା ତୁମର
ତୁମେ ଆକାଶେ ଅବା ପାତାଳେ
ତୋଳିଦେଇ ନଅର
ରହିଛ କାହିଁ ପାରୁନାହୁଁ ଛୁଇଁ
କେବଳ ଦେଖୁଛୁ ତୁଳସୀ ବେଲ ପତର
ତୁମେ କରୁଣା ସାଗର
କୃପା ଜଳେ ତୁମ ବେଭାର
କହାକୁ ତାରୁଛ କାହାକୁ ମାରୁଛ
କାହାକୁ ପରଷି ଦେଇଛ ଭଣ୍ଡାର
ଦରକାର ନାହିଁ ମୋତି ମାଣିକ କାହିଁ
କୃପା ସାଗର କରୁଣା କର
ଓଡ଼ିଶା ଭାରତ ପୃଥିବୀ ଯାକର
ଲୋକ ଭୋଗନ୍ତୁ ଶାନ୍ତି ତୃପ୍ତି ଅପାର
ଜାଣନ୍ତୁ ବୁଝନ୍ତୁ ସର୍ବେ ସୁଖିନଃ ଭବନ୍ତୁ ମନ୍ତ୍ର
ଜପିବାରେ ଭକ୍ତି ପ୍ରୀତି ମୈତ୍ରୀ ପ୍ରକାର ପ୍ରକାରର
ତୁମେ ପୁଣ୍ୟ ମନ୍ଦିର ଠାକୁର
ତୁମ କରୁଣା ସାଗର ଡେଇଁବାକୁ ନର
କରୁଅଛି ଭାବ ଭକ୍ତି ପ୍ରତିଦିନର