STORYMIRROR

Kabiratna Nutan Kumar Behera

Action Classics Inspirational

3  

Kabiratna Nutan Kumar Behera

Action Classics Inspirational

ପ୍ରତିଧ୍ଵନି କହେ ତୁମେ...

ପ୍ରତିଧ୍ଵନି କହେ ତୁମେ...

1 min
204

     

ପ୍ରତିଧ୍ଵନି କହେ ତୁମେ ...

ବାସ୍ତବରେ କିଏ... କ'ଣ ତୁମର ପରିଚୟ 

ସଂପର୍କ ଭିତରେ କିଏ କେତେ ଜାଣେ ତୁମକୁ 

ତୁମେ ହିଁ ଠିକ୍ ଜାଣ ନିଜେ ନିଜକୁ 

ଥରେ ପଚାରି ବୁଝ କହିବ ତୁମ ହୃଦୟ 

ଦେଇଛ ଯାହା ପାଇଛ ତାହା ସମାଜର ଦର୍ପଣେ ତା' ହୁଏ ପ୍ରତିବିମ୍ଵିତ 

ଅନୁଭବ କର ତୁମକୁ ହୋଇଛି କି ତା' ପ୍ରାପ୍ତ 

ନା ସମୟର ମୋଡ଼ କରିଛି ଉପେକ୍ଷିତ 

ପ୍ରତିଟି କ୍ରିୟାର ସମାନ ଓ ବିପରୀତ 

ପ୍ରତିକ୍ରିୟା ପରି ହୁଏ ସବୁ ତ ପୁନରାବୃତ୍ତି 

ସେମିତି ଧ୍ଵନିର ବି ହୁଏ ପ୍ରତିଧ୍ଵନି 

ସୂଚାଇ ଦିଏ କ'ଣ ସେ କ'ଣ ତାହାର ପ୍ରବୃତ୍ତି 

ହୃଦବୋଧ କରାଏ ମରମେ ମରମେ

ପ୍ରତିଧ୍ଵନି କହେ ତୁମେ...

ଭାବ ବିନିମୟର ଏ ଦୃଷ୍ଟି ଗୋଚର ଦୁନିଆଁରେ 

ତୁମେ ପୂର୍ଣ୍ଣ ସମର୍ପଣରେ କ'ଣ କରିଛ ଦାନ

ପ୍ରତି ବଦଳରେ ପାଇଛ କେତେ ପ୍ରତିଦାନ 

ଭାବ ଭାବନାର ସାତ୍ତ୍ୱିକ ଉପାସନା ସତ୍କର୍ମ 

ଜୀବନର ମୂଳମନ୍ତ୍ର ତା' ହୋଇଥାଏ ଧର୍ମ 

ଶୂନ୍ୟରୁ ପୂର୍ଣ୍ଣ ହେବାର ସଂକଳ୍ପ ଆଣେ ଆସ୍ଥା  

ଶ୍ରମ ସାଧନା ଅଧ୍ୟବସାୟ ବିନା ହୁଅଇ ଅଯଥା 

ବଦଳାଇ ପାରିନି କେହି ପାରିବେ ନାହିଁ ମଧ୍ୟ 

ସୃଷ୍ଟିର ସିଦ୍ଧାନ୍ତ ଚିର ଅକାଟ୍ୟ ଅଖଣ୍ଡ 

ପ୍ରକୃତିର ନିୟମରେ ଚାଲିଛି ବିଶ୍ଵ ବ୍ରହ୍ମାଣ୍ଡ 

ତୁମ ଧ୍ଵନି ଫେରି ଆସେ ତୁମ ପାଖକୁ 

ହୋଇ ତାର ଅନୁରୂପ ପ୍ରତିଧ୍ଵନି 

ହୃଦୟ ସାଗର ବି ସ୍ଥୂଳ ସାଗର ପରି ରତ୍ନାକର 

ନିଏ ଯା ଫେରାଇ ଦିଏ ରଖେନା କିଛି 

ନିଜେ ନିଜର ପସନ୍ଦରେ ନେବାକୁ ହୁଏ ବାଛି 

ପରିବେଶ ପରିସ୍ଥିତିର ଅନୁକ୍ରମେ

ପ୍ରତିଧ୍ଵନି କହେ ତୁମେ...

ନିଜକୁ ଅନୁଭବ କରେ ଯିଏ ସଠିକ

ସଫଳତା ଅର୍ଜନ କରି ହୋଇଥାଏ ସାର୍ଥକ 

ସେ ଅନୁଭବ କରି ପାରେ ଜଗତକୁ ପରଂବ୍ରହ୍ମଙ୍କୁ 

ସମୀକ୍ଷାରେ କରି ପୁଣି ଅଧିକ ସୁଧାରେ ନିଜକୁ 

ଉତ୍ସର୍ଗୀକୃତ ବପନ ବୀଜ ହୁଏ ଦିନେ ମହାଦ୍ରୁମ 

ତାର ସେବା ଯତ୍ନ କଲେ ହୁଏନା ବ୍ୟତିକ୍ରମ 

ଜୀବନର ଆବଶ୍ୟକତା ପୂରଣ ହିଁ କର୍ମଯୋଗ 

ଯା' ଲାଗି ମଣିଷର ଜନ୍ମ ଏକ ସୁଯୋଗ 

ସିଦ୍ଧାନ୍ତର ଅପପ୍ରୟୋଗ ଆଣିଥାଏ ଦୁର୍ଭାଗ୍ୟ 

ଦକ୍ଷତା କ୍ରମେ ଆହରଣ କରି ହୁଏ ସେ ଯୋଗ୍ୟ 

ତାର ପ୍ରତି ଉତ୍ତର ମିଳେ ଧରାଧାମେ 

ପ୍ରତିଧ୍ଵନି କହେ ତୁମେ.......।


   



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action