ମେଘ ତୁ ବରଷି ଯାଆ
ମେଘ ତୁ ବରଷି ଯାଆ
ବର୍ଷା ଆସୁଛି ଆସୁଥିବ
ରିମଝିମ ସ୍ଵରେ ଗାଉଥିବ
ମୟୁର ରାଗ ରାଗିଣୀରେ ନାଚୁଥିବ
କବି ତା କଲମ ଖୋଜୁଥିବ
ଲେଖିଯିବ କିଛି ବର୍ଷା କବିତା
ମେଘକନ୍ୟାର ଜନ୍ମ ଗାଥା
ଆକାଶ ଆଖିରୁ ଝରୁଛି କାହିଁକି
ବର୍ଷା ରାଇଜର ମେଘକନ୍ୟା ଉହୁଁକି
ଧରାରେ ଶୀତଳତା ଭରିଦେବ
ସବୁଜ ଶାଢ଼ୀ ଧରାକୁ ପିନ୍ଧାଇବ
ଆକାଶକୁ କିବା ଯୌତୁକ ମାଗିଛି
ସେପାଇଁ ବର୍ଷାରେ ନଈ ଉଛୁଳୁଛି
ମେଘ ସାଥେ ପ୍ରକୃତିର ବାହାଘର
ଧରଣୀରାଣୀ କରେ କେତେ ଆଦର
ଆକାଶର ସେଇ ଆଷାଢ଼ୀ ଆଖିରୁ
ଶ୍ରାବଣୀ ବରଷା ଝରୁ ଝରୁ
ଘଡଘଡି ଚଡ଼ଚଡ଼ି ଲାଗେ ଭାରି ଗରୁ
ସୌଦାମିନୀ ସାଥେ ମେଘକନ୍ୟା ଆସୁଛି
ବିଦାୟୀ ବେବୀରେ ଲୁହ ବରଷୁଛି
ବେଙ୍ଗ ରାଜା ବଜାଏ ବାଜା ରାମ୍ପୁ ରାମ୍ପୁ
ଉଦାସୀ ନୀଳକଇଁ ଛାତି କମ୍ପୁ କମ୍ପୁ
ଚାନ୍ଦିନୀ ରାତିରେ ଚନ୍ଦ୍ରମା ସାଥିରେ ଗପୁ
ଉଆଁସୀ ମେଘ କହେ କିଏ ଜପୁ ଜପୁ
ମେଘ ନୁହେଁ ଜମା ଉଆଁସୀ କନ୍ୟା
କବିତା ବନିତା ଲତା ପରି ବନ୍ୟା
କବି ଲେଖୁଛି କବିତା ଦେଖୁ ଦେଖୁ
ସଖିରେ ସାକ୍ଷୀଦେବୁ ବାଳା ଆସି ଗୋପୁ ।
