STORYMIRROR

Sunanda Mohanty

Abstract Action Others

3  

Sunanda Mohanty

Abstract Action Others

ମେଘ ତୁ ବରଷି ଯାଆ

ମେଘ ତୁ ବରଷି ଯାଆ

1 min
22


ବର୍ଷା ଆସୁଛି ଆସୁଥିବ

ରିମଝିମ ସ୍ଵରେ ଗାଉଥିବ 

ମୟୁର ରାଗ ରାଗିଣୀରେ ନାଚୁଥିବ 

କବି ତା କଲମ ଖୋଜୁଥିବ

ଲେଖିଯିବ କିଛି ବର୍ଷା କବିତା 

ମେଘକନ୍ୟାର ଜନ୍ମ ଗାଥା 

ଆକାଶ ଆଖିରୁ ଝରୁଛି କାହିଁକି 

ବର୍ଷା ରାଇଜର ମେଘକନ୍ୟା ଉହୁଁକି 

ଧରାରେ ଶୀତଳତା ଭରିଦେବ

ସବୁଜ ଶାଢ଼ୀ ଧରାକୁ ପିନ୍ଧାଇବ 

ଆକାଶକୁ କିବା ଯୌତୁକ ମାଗିଛି 

ସେପାଇଁ ବର୍ଷାରେ ନଈ ଉଛୁଳୁଛି 

ମେଘ ସାଥେ ପ୍ରକୃତିର ବାହାଘର 

ଧରଣୀରାଣୀ କରେ କେତେ ଆଦର 

ଆକାଶର ସେଇ ଆଷାଢ଼ୀ ଆଖିରୁ 

ଶ୍ରାବଣୀ ବରଷା ଝରୁ ଝରୁ 

ଘଡଘଡି ଚଡ଼ଚଡ଼ି ଲାଗେ ଭାରି ଗରୁ 

ସୌଦାମିନୀ ସାଥେ ମେଘକନ୍ୟା ଆସୁଛି 

ବିଦାୟୀ ବେବୀରେ ଲୁହ ବରଷୁଛି 

ବେଙ୍ଗ ରାଜା ବଜାଏ ବାଜା ରାମ୍ପୁ ରାମ୍ପୁ 

ଉଦାସୀ ନୀଳକଇଁ ଛାତି କମ୍ପୁ କମ୍ପୁ 

ଚାନ୍ଦିନୀ ରାତିରେ ଚନ୍ଦ୍ରମା ସାଥିରେ ଗପୁ 

ଉଆଁସୀ ମେଘ କହେ କିଏ ଜପୁ ଜପୁ 

ମେଘ ନୁହେଁ ଜମା ଉଆଁସୀ କନ୍ୟା 

କବିତା ବନିତା ଲତା ପରି ବନ୍ୟା 

କବି ଲେଖୁଛି କବିତା ଦେଖୁ ଦେଖୁ

ସଖିରେ ସାକ୍ଷୀଦେବୁ ବାଳା ଆସି ଗୋପୁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract