STORYMIRROR

Chittaranjan Nanda

Abstract Action Classics

3  

Chittaranjan Nanda

Abstract Action Classics

ଧର୍ମ ନିରପେକ୍ଷତା ଆମ ଶାସ୍ତ୍ରରେ

ଧର୍ମ ନିରପେକ୍ଷତା ଆମ ଶାସ୍ତ୍ରରେ

1 min
196

ଧର୍ମ ବିଶ୍ଵାସ ବସା ବାନ୍ଧିଥାଏ ମଣିଷର

ମନର ଅବଚେତନରେ 

ଉପରକୁ ଧର୍ମକୁ ମନା କରୁଥିଲେ ମଧ୍ୟ 

ସଂପୂର୍ଣ୍ଣ ଆସ୍ଥା ମନ ଭିତରେ ।


ସେଇ ମଣିଷ ଆଶା ଭରସା ରଖେ ଧର୍ମ 

ଓ ଠାକୁରଙ୍କ ଉପରେ

ହୋଇପାରେ ଲକ୍ଷ୍ମୀନାରାୟଣ, ରାଧାକୃଷ୍ଣ, 

ଶିବପାର୍ବତୀ, ଗୁରୁନାନକ ନାମରେ ।


ସେଇ ମଣିଷ ରଖେ ବିଶ୍ୱାସ ଯୀଶୁ, ଆଲ୍ଲା 

ନାମେ ବିଭିନ୍ନ ମହାଶକ୍ତିଙ୍କ ପାଖରେ 

ସମାଜରେ ଗଢ଼ି ଉଠେ ମଠ, ମନ୍ଦିର, ଗୀର୍ଜା

ମସଜିଦ୍, କରୁଣା ଭିକ୍ଷା ପରିପ୍ରେକ୍ଷୀରେ ।


ଘୃଣା ଦ୍ୱେଷ ର ଭାବ ରଖେ ନାହିଁ କେବେ 

ଉତ୍ତମ ମଣିଷ ଧରମ ନାମରେ 

ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନରେ ରହୁଛେ, 

ତାହା ଧର୍ମ ନିରପେକ୍ଷତା ଆମ ଶାସ୍ତ୍ରରେ ।


Rate this content
Log in

Similar oriya poem from Abstract