ଯୁଦ୍ଧରେ ହୃଦୟଟିଏ ସଂଘର୍ଷରତ
ଯୁଦ୍ଧରେ ହୃଦୟଟିଏ ସଂଘର୍ଷରତ


ଈଶ୍ୱର! ଜଣେ ହିଁ ତ ହେବ ବିଜୟୀ
ପ୍ରତ୍ୟେକ ଯୁଦ୍ଧରେ
ଅଯଥାରେ ସାଧାରଣ ଜନତା ରହନ୍ତି
ଅସହ୍ୟ ବେଦନାରେ |୧|
ଭାବୁଛି, ଯୁଦ୍ଧ ଯେତେ ହୋଇଛି ସବୁ
ତ ଲିପିବଦ୍ଧ ଇତିହାସରେ
ଏକଛତ୍ରବାଦୀ, ମତାନ୍ଧ, ବିଛିନ୍ନତାବାଦୀ
ମାନଂକ କୁମ୍ଭୀର କାନ୍ଦଣାରେ |୨|
ସୀମାନ୍ତରେ ଦେଶ ପାଇଁ ଏବେ ଅଛି
ମୁଁ ଯୁଦ୍ଧରତ,
ହୃଦୟକୁ ମୋର ତୁମଠାରେ ଥୋଇ
ଦେଇ ଆସିଛିତ |୩|
ଯୁଦ୍ଧରେ ସାଧାରଣ ଜନତା ହୁଅନ୍ତି
ଅତ୍ୟାଚାରିତ,
ମନରେ ଆସୁଛି,ଅତ୍ୟାଚାର ତୁମ
ଉପରେ ହେଉ ନାହିଁ ତ? |୪|
ଜାଣିବି କେମିତି, କରିବି ବା କଣ, ଯାଇ
ପାରିବିନି ତ
ଖାଲି ମନେ ପକାଉଛି ତମ ଭଲ, ଜଗତ&nb
sp;
ଇଶ୍ୱରଂକୁ ପ୍ରାର୍ଥନାରତ |୫|
ଶେଷ ହୋଇ ଆସୁଛି ମୋ ଦିନ, ଦିଶେ ମୋ
ତୃତୀୟ ନୟନରେ
ବୁଜି ଆସୁଥିବା ଆଖି ଥିଲା ଚାହିଁବା ତୁମ
ଆଡ଼କୁ ପ୍ରେମରେ |୬|
ଦିଶୁଛି ମୋ ନୟନେ ପୁଅ ପାଟିରେ
ଅମୃତୋଜ ଗୁଞ୍ଜୁଥିବା
ସମ୍ଭବ ହେବନି ଆଉ ଆଇ ଲଭ୍ ୟୁ!
କହି ପାରିବା |୭|
ଯୁଦ୍ଧ ଆସେ ଅସମାପିକା କୁହୁଡ଼ି ଡେଇଁ
ଅନାହୂତ ବହ୍ନି ପରି
ସୁରକ୍ଷିତ କେହି ନରୁହନ୍ତି, ସମଗ୍ର ଅସ୍ତିତ୍ବ
ଦିଏ ନଷ୍ଟ କରି |୮|
ଯୁଦ୍ଧଖୋରୀ, ନିଜ ଜୀବନ ଓ ସଂସାରକୁ
ନିଜେ ଭାଙ୍ଗିଥାଏ ଭାଇ
ସଜାଡ଼ିବା ନୀତି ଏବଂ ପରିଣତି ପାଇଁ
ନରହନ୍ତି କେବେ ଉତ୍ତରଦାୟୀ |୯|