ଆଘାତ
ଆଘାତ
କହିବାକୁ ତ ଭାବୁଥାଏ ଅନେକ କଥା ,
ଏଇଟା, ସେଇଟା,ଜହ୍ନ, ତାରା
ହେଲେ କୋଉ କୁହେଇଦିଏ ସଂଭ୍ରମତା ।
ଜଗିବାକୁ ହୁଏ କାହିଁକି ଏତେ ଲକ୍ଷ୍ମଣ ରେଖାର
ଅଦୃଶ୍ୟ ଗାର,
ଅଦୃଶ୍ୟ ଯେଣୁ ଝୁଣ୍ଟି ହବା ତ ଥୟ,
ମନ କୋଉ ବୁଝୁଛି ଯେ
ଏତେ କଥା ,
ସିଏ ତ ଶିଖିଛି ଉଡିବୁଲିବା ଅଥୟ ।
ଅଙ୍କୁଶ ତାକୁ କି ଅଟକେଇପାରେ,
ନା ପାରନ୍ତି ଏକଥା ସେ କଥା ର ଆକଟ
ଶହେ ଥର ଶହେ ବାର
କଣ୍ଟକିତ ହେଲା ପରେ ବି ଏଇ ମନ ଅକ୍ଷତ ।
ଉଡିବୁଲେ ପ୍ରଜାପତି ସାଜି
ଚମ୍ପା ରଙ୍ଗର ଆକାଶ କୋଳରେ,
ଦେହ ରେ କିଏ ସେ ରହେ ଯେ !
ସିଏ ରହନ୍ତା
ବନ୍ଧନ ଫେରରେ ।