STORYMIRROR

Debjani Sathua

Abstract Action Inspirational

3  

Debjani Sathua

Abstract Action Inspirational

ମୁଁ ଗର୍ବିତା

ମୁଁ ଗର୍ବିତା

1 min
281

ଏ ନୁହେଁ ଖାଲି ସାଇତା ଚିଠି, 

     ଅନ୍ତର ବଚନ ମୋ ତୁମକୁ ଭେଟି। 


ସୁଦୂରେ ରହି ନ କରେ ଭୀତ, 

      ଜୀବନେ ପାଇ ତୁମକୁ ଗର୍ବିତ।  


ଭାଗ୍ୟକୁ ମୋ ଆହ୍ଲାଦେ ପ୍ରଣାମି, 

       ଧରିଲି ହାତ ରାଷ୍ଟ୍ରକୁ ସଲାମି। 


 ଇର୍ଷାରେ ସଖୀଏ ଫିଙ୍ଗନ୍ତି ଟିପ୍ପଣୀ, 

       ସରି କେ ହେବ ଏ ବୀର ଦୁଲଣୀ। 


କା ଆଗେ ମାଗିବି କବଚ ତୁମ ପାଇଁ, 

        ସଜାଗ ରକ୍ଷକ ସଦା ମାଟି ମା' ପାଇଁ।

 

ନେଇଆସି ମୋତେ ବାଇଦ ବଜାଇ, 

         ଫେରିଗଲ କ୍ଷେତ୍ରେ ବନ୍ଧୁକ ସଜାଇ।


ପାରିନି ଅଭିମାନେ ସମ୍ୟକ୍ ଲୋତକ ଗଡାଇ,

      ଲଭିଛି ସମ୍ମାନ ସୁବେଦାର ପତ୍ନୀ ବୋଲାଇ। 


ସାହାସ,ଧର୍ଯ୍ୟ,ନିଷ୍ଠା ଶିଖିଛ ଯେତେ ,

         ତା ଠାରୁ ଅଧିକ ପ୍ରଭୂ ଦିଅନ୍ତୁ ମୋତେ।


ନ ହେବି ବାଧକ ତୁମ କର୍ତ୍ତବ୍ୟ ପଥେ, 

          ସ୍ୱପ୍ନେ ଦେଖୁଥାଏ ସଦା ବିଜୟ ରଥେ ।


କରିବନି କେବେ ଛୋଟ ସଂସାର ଚିନ୍ତା, 

          ସର୍ବୋଚ୍ଚ କର୍ତ୍ତବ୍ୟ ଆମ ଭାରତ ମାତା ।


ଲେଉଟାଣି ସନ୍ଦେଶେ ତୁମ ଅଗଣା ବାସିବ ,

             ମହକିବ ମାଟି ତ୍ରିରଙ୍ଗା ହସିବ ।


କାହାଣୀ ବର୍ଣ୍ଣିବ ଆଈ ମା ମୋ ବୀର କଥା ,

       ଗାଉଥିବି  ଅହର୍ନିଶି ଦେଶ ଗୌରବ ଗାଥା।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract