STORYMIRROR

Lopamudra Parida

Action Inspirational

3  

Lopamudra Parida

Action Inspirational

ସ୍ବାଧୀନ

ସ୍ବାଧୀନ

1 min
108


ମୁଁ ସ୍ବପ୍ନ ଦେଖିଲି, 

ଭାରତ ମାତା କହୁଥିଲା ,

"ଆଉ କେତେ ଚିରିବ କିରେ ମତେ ! 

ଛାତିଶୁଖି କ୍ଷରିତ ହେଉନି ବି ତ ଆଉ ରକ୍ତ !

ଇଂରେଜ ଝୁଣିଲେ ଝୁଣିଲେ ବୋଲି କହୁଛ ଯେ

ତ୍ରିରଙ୍ଗା ଉଡଉଥିବା ହାତ ସବୁ କଣ କରିଛ ?


ଦେଖୁଛି ତ ଚାଲୁଛ ତମେ ସବୁ ଆଖି ମୁଦି, 

ତେବେ ମୁଁ ଚେଇଁବି କେମିତି କିଏ ଥରେ ଭାବିଛ?

ହଁ ହଁ ମୋ ପଣତ ସାରା ହୀରାନୀଳା ଯେ,

ହେଲେ ଶ୍ରଦ୍ଧା କ'ଣ ମୁହଁ ପୋଛି ହୁଏ

ପଥୁରିଆ କାନିରେ?


ପ୍ରଦର୍ଶିତା ଆଉ କରାଅନି ମୋତେ,

ଆଇନା ତ ତୁମ କାନ୍ଥରେ ବି ଝୁଲୁଛି, 

ଅନ୍ଯ କୁ ଦେଖେଇବା ପାଇଁ ରଖିଛ କଣ କିଛି?

ତୁମ ସଂସ୍କୃତି, ସଂସ୍କାର ନା ଆଧୁନିକତା ?


ଋଷିମୁନି 

ଗର୍ଗାଚାର୍ଯ୍ଯ ବା ସନ୍ଦିପନୀ

ବୈଶଂପାୟନ, ବ୍ରହ୍ମବିଦ୍ 

ଯୋଦ୍ଧା 

ଅଭିମନ୍ଯୁ, ଏକଲବ୍ଯ 

ବକ୍ସି ଜଗବନ୍ଧୁ ,ସୁରେନ୍ଦ୍ର ସାଏ 

ସୁବାଷ ଅବା ଆଜାଦ 

କୁନ୍ତଳା ଓ ବଙ୍କିମ

କେତେ କେତେ ନାମ ବକ୍ଷେ ମୋର

ପ୍ରସ୍ତରରେ ଲେଖା ।


କାଇଁ ଏବେ ଉହାଡେ ଅଛ ହେ

ବୀର ଆତ୍ମା ମାନେ,

ଆସ ତୁମ ତେଜସ୍ ର ଅସ୍ତ୍ର ଧାରଣ କରି 

ନଦୀ ହେଇ ବହିଯାଏ 

ପୁନଶ୍ଚ ମୁଁ 

ତୁମ ଓଜସ୍ ଧାରେ 

ରେ ସନ୍ତାନ ମୋର !


ଭେଣ୍ଟିଲେଟରରେ ନିଶ୍ବାସ ମୋର 

କଷ୍ଟ ହେଉଛି ରେ,

ପିଲେ!

ଫେରାଇ ପାରିବକି ହୃତ ଗୌରବ?"


ଚଟ୍ କି ଭାଙ୍ଗିଗଲା ନିଦ 

ସ୍ବପ୍ନରେ ଶୁଣି ରକ୍ତ ଗୀତ 

ତ୍ରାହି ତ୍ରାହି କିଏ ଡାକୁଥିଲା କେଜାଣି 

ଅନ୍ତରୁ ମୋର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action