ଗାଉଁଲୀ ଝିଅ
ଗାଉଁଲୀ ଝିଅ
ପଲ୍ଲୀ ବହୁଳ ଉତ୍କଳର ଶୋଭା ରାଶି
ସଭିଙ୍କ ମନକୁ ପାରଇ କ୍ଷଣେ ଆକର୍ଷି ।
ଏହାରି କୋଳ ରେ ସାଥୀଙ୍କ ମେଳରେ
ଖେଳରେ ମାତନ୍ତି ପିଲେ ମନ ହରଷରେ ।
ଗାଁଉଲୀ ଲଳନା ମାନେ କି ମଧୁରେ
ଗାଇ ଥାନ୍ତି ଗୀତ ସୁମଧୁର ସ୍ବରେ ।
ଚାଲି ଚଳଣୀ ଓ ହସ, ରସ ,ଭାସ
ସହିତ ସୁନ୍ଦର ଖେଳ ‐କଉତୁକ ।
ଅଭିନୟ , କଳା , ଶିଳ୍ପ , ଗଳ୍ପ , ଆଦି
ସକଳ ବିଷୟେ ପ୍ରକାଶେ ଚାତୁରୀ ।
ଗାଉଁଲୀ ଝିଅ ର ଧୂଳି‐ ଖେଳ ଠାରୁ
ଜୀବନର ଯେତେ ଯେତେ ଅଭିନୟ।
କ୍ଷେତ୍ରରେ ଆପଣା ସ୍ଥିତି ପ୍ରରକାଶି ‐ନିତ୍ୟ
ଲୋକ‐ ସଂସ୍କୂତି ର ଦିଏ ପରିଚୟ ।
