STORYMIRROR

Chittaranjan Nanda

Abstract Action Others

3  

Chittaranjan Nanda

Abstract Action Others

ବିଶ୍ଵ ବାରଙ୍ଗନା ଦିବସ

ବିଶ୍ଵ ବାରଙ୍ଗନା ଦିବସ

1 min
166


ସମସ୍ତେ ବାରଙ୍ଗନାକୁ କୁହନ୍ତି ଅଭିସାରିକା 

ରାତ୍ରି ଅନ୍ଧାରୀର 

କହୁଛ ଘଟିଛି ନାରୀର ଅବକ୍ଷୟ ବାରଙ୍ଗନା 

ପରିଚୟ ତା'ର ।୧।


ମଣିଷ ପରି ବାରଙ୍ଗନା ଯିଏ, ସିଏ ତ ଏକ 

ନାରୀ ଓ ମଣିଷ

ସମାଜ ବିଭିନ୍ନ ପ୍ରକାର ତାଡନାରେ ତାର

ପ୍ରାଣ ହୁଏ ଶେଷ ।୨।


କେତେ ଯେ ନାରୀ ପେଟ ବିକଳେ ଖୋଜି, 

ଆଉ ପନ୍ଥା ନାହିଁ

ଖୋଜିଥାଏ ଏହି ଯୌନ ନିର୍ଯାତନାର ପଥ 

ବଂଚିବା ପାଇଁ ।୩।


ସୁରଜର ଆଲୋକ ପାଇବା ତା ପାଇଁ ହୁଏ 

ସାତ ସପନ

କିଟି ମିଟି ଅନ୍ଧାର ତା ପାଇଁ ଅଟେ ନିତାନ୍ତ

ଦରକାରୀ ଫେସନ ।୪।


ଦିନେ ଜନମି ଥିଲା ସେ ନାରୀ ହୋଇ ତ 

ସରଳ ଶିଶୁ କନ୍ୟା

କାହିଁକି ବନିଲା କୁଗ ଘୃଣ୍ୟ ଚରିତ୍ର ସହେ 

ଅନେକ ଦୁଃଖର ବନ୍ୟା ।୫।


ଯୋୖବନ ଆସିଲା ଗଳା ଧରାଇ ଦେଲା 

ହାତ ଏକ ମଦ୍ୟପର

ପେଶି ହୋଇଗଲା ସଂସାରର ଦାଉରେ

ବାରଙ୍ଗନା ସିଏ ହେଲା ସମାଜର ।୬।


ଭଦ୍ରମୁଖା ତଳେ କେତେ କାମୁକ ପୁରୁଷ

ଲୁଟିଥାନ୍ତି ନାରୀର ଯୋୖବନ

ନଥିଲେ ସେପରି ପୁରୁଷ, ଦେହ ବିନିମୟ

ବେପାର ହୁଅନ୍ତାନି କି ଲୀନ ।୭।


ତେବେ କୁହ ହେ ସଭ୍ୟ ସମାଜର ଯେତେ

ମଣିଷ ରହିଅଛ

କରି ବ୍ୟଭିଚାର, ଲାଜ ନାହିଁ, ବାରଙ୍ଗନାକୁ

ବ୍ୟଭିଚାରିଣୀ ବୋଲି ଘୃଣା କରୁଛ ।୮।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract