ବିଶ୍ବ ମାତା ପିତା ଦିବସ
ବିଶ୍ବ ମାତା ପିତା ଦିବସ
ସତ୍ୟ ନାରାୟଣ ସାହୁ
ମଧୁମୟୀ ବିଶ୍ବେ ରସମୟୀ ହୁଏ
ପିତା ମାତା ଶୁଭାଶିଷ
ଆନନ୍ଦ ଆହ୍ଲାଦେ ଚିର ଆଦରରେ
ଢାଳନ୍ତି ସଦା ସ୍ନେହ ସେ ।
ତାଙ୍କ ପାଇଁ ଶିଶୁ ଦେଖଇ ସଂସାର
ଚଳଇ ଖୁସି ମନରେ
ସ୍ନେହ ଶରଧାର ଅମୀୟ ମାଧୁରୀ
ଝରାନ୍ତି ଯେ, ଶିଶୁ ପରେ ।
ଶୈଶବର ଅସ ହାୟ ଜୀବନରେ
ହୁଅନ୍ତି ଯିଏ ସହାୟ
ଛୋଟରୁ କରନ୍ତି ବଡ ପ୍ରତ୍ଯେକଙ୍କୁ
ସେନେହେ ପୂର୍ଣ୍ଣ ହୂଦୟ ।
ଅଟେ ଯାହା ଙ୍କର ଜନନୀ ପିଅର
ତାଙ୍କ କଥା ମାନି ସଦା
ଚଳୁଥିଲେ କେବେ ନ ପଡି ଆପଦେ
ଜୀବନ ଆନନ୍ଦ ପ୍ରଦା ।
ସହି କେତେ ଦୁଃଖ ସନ୍ତାନଙ୍କ ସୁଖ
ଲାଗି ଚିର ଧନ୍ଦି ହୋଇ
ଜୀବନ ‐ଯୌବନେ ଥାନ୍ତି ଯେଉଁମାନେ
ପିତା‐ ମାତା ଟନ୍ତି ସେହି ।
ତାହାଙ୍କର ସେବା ସନ୍ତାନ କର୍ତ୍ତବ୍ଯ
ପରିବାର ଶାନ୍ତିମୟ
ହୋଇ ପାରିଥାଏ ଚଳନ୍ତି ଠାକୁର
ଭାବେ ଗହ ଦେବାଳୟ ।
ସ୍ବର୍ଗୀୟ ମାଧୁର୍ଯ୍ଯେ ଆହା କି ! ସହଜେ
ରାଜି ଉଠେ ସୁ‐ଋଚିରେ
ପିତା ମାତା ସେବା ଫଳେ ହେଳେ କିବା
ଅସାଦ୍ଦ୍ଯ ଅଟେ ମହୀରେ ?
ତାଙ୍କରି ଆଶିଷ ସୁଦିବ୍ଯ ପରଶ
ସହିତେ ନବ ଚେତନା
ସଂଚାରେ ପରାଣେ ଦିବ୍ଯ ଫୁର୍ତ୍ତି ବୁଣେ
ପ୍ରାଣେ ଯୋଗାଏ ପ୍ରେରଣା ।
ପିତା ମାତାଙ୍କର ବାଧା ଓ ଆକଟ
ସନ୍ତାନର ହିତକର
ହୋଇ ସୂଜେ ନିତି ଦିବ୍ଯ ଅନୁଭୁତି
ମଧୁ ‐ପୂରବୀ ଝଙ୍କାର ।
ଆଦ୍ଯ ଗୁରୁ ମାତା ଗୁରୁ ଭାବେ ପିତା
ନିତି ନୀତି ଓ ଆଦର୍ଶେ
ଆଦର ସେନେହେ ଶିକ୍ଷା ଦାନେ ଯିଏ
ହିତ ସାଧି ଉପଦେଶେ ॥
ଶିଖାନ୍ତି ବହୁତ ଜ୍ଞାନ ବିଦ୍ଯା ସ୍ରୋତ
ଯାହାଙ୍କ ଯୋଗୁଁ ବିକାଶ
ସାଧିତ ହୁଅଇ ପିତା ମାତା ସେହି
ତାଙ୍କ ସେବା ତାଙ୍କ ଯଶ ।
ଘେନି ସୁ‐ମହାନ ହୁଅନ୍ତି ମାନବ
ଲଭନ୍ତି ନବ ଉତ୍ସାହ
ଗତି ମୁକ୍ତି ଦାତା ସେ ' ଭାଗ୍ଯ ବିଧାତା
ତାଙ୍କରି ଆଶିଷ ସ୍ନେହ ।
ଜୀବନେ ଭରଇ ଆନନ୍ଦ ‐ ପୂରବୀ
ସଞ୍ଚାରି ମଧୁ ମୟୁଖେ
ତାଙ୍କୁ ଯିଏ ସେବେ ସୁ‐ସନ୍ତାନ ଭାବେ
କାଳ ସେ ଯାପଇ ସୁଖେ ।
