ଭାରସାମ୍ଯ
ଭାରସାମ୍ଯ
ସୂଷ୍ଟିର ସବୁଠି ଦେଖ ନିତ୍ଯ ଭାରସାମ୍ଯ
ସଂରକ୍ଷିତ ରହି ରହେ ସୂଷ୍ଟି ସନ୍ତୋଳନ ।
ଉପଯୁକ୍ତ ଭାରା ସ୍ଥିର ଭାବରେ ରତତ
ଥିବାରୁ ସଭିଏଁ ହେଉଛନ୍ତି ଆତଯାତ ।
ମାତ୍ର ମାନବ ସରଜି ବିବିଧ ବୈଷମ୍ଯ
କ୍ଷୟ କରି ଚାଲିଅଛି ଧରା ଭାରସାମ୍ଯ ।
ଯାହାର ହ୍ରାସରେ ଘଟେ ବହୁ ଅସଙ୍ଗତି
ଲଭି ଚାଲେ ସେ , ମାନବ ଯାବତ ଦୁଷ୍କୂତି ।
ଭାରସାମ୍ଯ ସଂରକ୍ଷଣେ କରିଲେ ପ୍ରଚେଷ୍ଟା
ହସିବ ପ୍ରକୁତି ଚିର ଖୁସି ହେବେ ସ୍ରଷ୍ଟା ।
ନାନା ଜାତି ଜୀବ ପ୍ରାଣୀ କୀଟ ପତଙ୍ଗମ
ସହିତ ଅଶେଷ ତରୁ ତୂଣ ଲତା ମାନ ।
ଉତ୍ତମ ବ୍ଯବସ୍ଥା ଘେନି ସ୍ବଛନ୍ଦେ ଜୀବନ
ଧାରଣ କରିବା ନୀତି , ନିୟମ ବିଧାନ ।
ଥିବା ହେତୁ ସ୍ଥିତ ଥିଲା ଧରା ଭାରସାମ୍ଯ
କିନ୍ତୁ ମଣିଷର ଅନାଚାର ଧାରା କ୍ରମ ।
ବଢି ଚାଲି କ୍ଷୟ ହୁଏ ଏହି ଭାରସାମ୍ଯ
ସୁରକ୍ଷା ନକଲେ ବେଗେ ଘଟିବ ଦୁର୍ଦ୍ଧିନ ।
ପ୍ରକୁତି ପ୍ରକୋପେ ସର୍ବେ ଲଭିବେ ବିନାଶ
ଭାରସାମ୍ଯ ସଂରକ୍ଷଣ ପାଇଁ କି ପ୍ରୟାସ ।
କରିବା ଆସହେ ଏବେ ସର୍ବେ ସଚେତନେ
ଦୂରାଇବା ବୈଷମ୍ଯକୁ ପ୍ରଗାଢ ଯତନେ ।
