STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

ସ୍ବଚ୍ଛ ସୁନ୍ଦର ରଖିବା ପରିବେଶ

ସ୍ବଚ୍ଛ ସୁନ୍ଦର ରଖିବା ପରିବେଶ

1 min
197

     


ଘର ଚାରିପାଖେ    ଅଛି ଯେବେ ସବୁ

      ସେ ଆମର ପରିବେଶ,

ତାହାରି ମଧ୍ୟରେ      ରହି ଚଳୁ ଥାଉଁ 

      କରି ଆମେ ବସବାସ।


ଗଛ ଲତା ଘେରା     ବିଲ ବଣ ନଦୀ

     ଯିବା ଆସିବାର ବାଟ,

ଚଲା ବୁଲା କରୁ    ଯେଉଁ ସବୁ ଦିଗେ

     ଦୂର ହେଉ କି ନିକଟ।


ମାଟି ବାୟୁ ଜଳ    ଆଲୋକ ଆକାଶ

     ଏ ସାରା ଆମ ପ୍ରକୃତି,

ଖରା ବର୍ଷା ଶୀତ     ଋତୁ ପାଣିପାଗ

     ନେଇ ଆମର ପ୍ରଗତି।


ବହୁ କାରଣରୁ        ହୁଏ ପ୍ରଦୂଷିତ

      କୁପ୍ରଭାବ ପଡ଼ି ତାର,

ବଢେ ରୋଗ ବ୍ୟାଧି   ହୁଏ କ୍ଷୟ କ୍ଷତି 

     ଦେଖା ଦିଏ ହାହାକାର।


ଅସନା ଅଳିଆ      ଆବର୍ଜନା ଭରି

      କରୁ ନାହୁଁ ପରିସ୍କାର,

ପଚି ସଢି ଯାଇ      ଦୁର୍ଗନ୍ଧ ବ୍ୟାପୁଛି 

      ହେଉନି ଜମା ନଜର।   


ଆମ ଅବହେଳା   ଆଳସ୍ୟତା ଯୋଗୁଁ 

      ପରିବେଶ ହୁଏ ନଷ୍ଟ ,

ବାତ୍ୟା ମରୁଡିରେ    ଉଜୁଡେ ଫସଲ

     ଭୋଗୁ ଆମେ ବହୁ କଷ୍ଟ।


ଦ୍ରୁତ ଶିଳ୍ପାୟନ      ଜଙ୍ଗଲର କ୍ଷୟ

     ଧରାକୁ କରେ ଶ୍ରୀହୀନ,

ଦୁସ୍ଥ ପରିବେଶ       ଜୀବଜଗତର

     ସଂକଟ କରେ ଜୀବନ।


ଅସଚେତନତା     ହୀନ ସ୍ଵାର୍ଥ ଆଶା

      ପ୍ରକୃତିକୁ ଦିଏ ଧ୍ଵଂସି,

ଜାଣି ବୁଝି ସବୁ     ମଣିଷ ନିଃଚେଷ୍ଟ

      କରେ ନାହିଁ ପ୍ରତିକାର,

ସମସ୍ୟାର ପରେ     ସମସ୍ୟା ବଢଇ

       ହୁଏନ୍ତିନି ହୁସିଆର।


ସଚେତନ ହୋଇ     ପରିବେଶ ସ୍ବଚ୍ଛ

      ସୁନ୍ଦର କରିବା ଆସ,

ପ୍ରକୃତି ହସିଲେ     ଆମେ ବି ହସିବା

      ହେବ ଆମର ବିକାଶ।


ଘରଠୁ ଆମର       କରି ଅଭିଯାନ

      କରିବା ତା ସମାଧାନ,

ମନଯୋଗ ରଖି     କଲେଟି ଉଦ୍ୟମ

      ସୁରକ୍ଷିତ ହେବ ପ୍ରାଣ।



Rate this content
Log in

Similar oriya poem from Abstract