ମୋହ
ମୋହ
ତୁମେ ମନେପଡିବା
ମୁଦା ଆଖିର ପଲକ ତଳେ ତୁମ ଛବି
ଆଉ କେହି ନ ଥିବା ଘରେ ତୁମ ସ୍ବର
ଏ ଅନ୍ଯମନସ୍କତା, ଏ ତୁମମନସ୍କତା
ମତେ ଝୁଣ୍ଟେଇ ପେଲେ ,
କହେ " ଯା "
ଆଉ ମୁଁ ଚାହିଁକି ବି ଚୁପ୍ ରହିବା,
"ଯେ ଥରୁଟେ କଥା ହେଇ ଯାନ୍ତି କି "
ହେଲେ ଏତେ ବାହାନା ବା ଯୋଗାଡିବି କାହୁଁ ।
ତୁମେ ଝୁରିହବା ହେଲେ ପଦୁଟେ ବି ଶବ୍ଦ ନ ତୋଳିବା ।
ମତେ ଭାବିହବା
ହେଲେ କିଛି ନ କହିବା
ଗୋଟେ ମୋହ ହି ତ
ଏ ମୋହରୁ ମୁକ୍ତି
ଚାହେଁ ବା କିଏ ,
କିଛି ମୋହ ଖୁବ୍ ମିଠା
ଠିକ୍ ନିଜର ନିଜେ ପରି ।
କିଛି ଶବ୍ଦହୀନ ସଂପର୍କ
ଆକାଶ ଓ ସାଗର ପରି ନୁହେଁ ,
ସେମାନେ ପ୍ରତ୍ଯୟଭରା ଗଭୀରତା ନେଇ
ଆକାଶ ଓ ଘାସଫୁଲ ପରି
ଦୁହେଁ ଦିହିଁଙ୍କର ହେଲେ
କେହି କାହାରି ନୁହେଁ ।
