ଏଲିୟନ ଓ ଆମେ
ଏଲିୟନ ଓ ଆମେ
ସହସା ଯେ , ଏକ ଯାନ ଥାଳିଆ ପ୍ରକାର
ଆଲୋକିତ କରିକ୍ଷଣେ ଦିଗ ଦିଗନ୍ତର ।
ନିଶୂନ ପ୍ରାନ୍ତର ସ୍ଥାନ ରେ ଅବତରଣ
କରିବା ଦେଖିଲେ ଦୂରୁ ଯେ ବହୁତ ଜନ ।
ଆଶ୍ଚର୍ଯ୍ଯ ଚକିତ ହୋଇ ସ୍ତମ୍ଭିତ ହୋଇଲେ
ଆହା କି ! ବିଚିତ୍ର ଏହା ! ଘଟିଲା ଭାଳିଲେ ?
ପୁରୁଖା ଓ ବୁଦ୍ଧିଜିବୀ ଜନେ କାନେ କର
ଆଉଁଷି ଆଉଁଷି ଭୟେ ହୋଇଲେ କାତର ।
ବୈଜ୍ଞାନିକ ଓ ଗୁଇନ୍ଦା ମାନେ ଲାଗି ପଡି
କହିଲେ ଆସଇ ଏହା ଏଲିଓନ ଚଢି ।
ଅଜଣା ଅଶୁଣା ଗ୍ରହୁ ଆଗତ ହୁଅନ୍ତି
ବୁଦ୍ଧି ବିଦ୍ଯା ଜ୍ଞାନେ ଧ୍ଯାନେ ବିଚକ୍ଷଣ ଅତି ।
ଚଢି ସେ ଆସନ୍ତି ଏଇ ଥାଳିଆ ଯାନରେ
ଗ୍ରହାନ୍ତର ବାସୀ ବୋଲି ତାହାଙ୍କୁ ମାନ ରେ ।
ଅନନ୍ତ ଅସଂଖ୍ଯ ଗ୍ରହ ମହାଶୂନ୍ଯ କୋଳେ
ଜାଣିବା କିପରି ସେହୁ କେଉଁଠୁ ଅଇଲେ ?
ମହାକାଶ ଯାନ ଚଢି ସେଠାକୁ ଯିବାକୁ
ଉଦ୍ଯମ ଆରମ୍ଭ କରି ମଣିଷ ତାହାଙ୍କୁ ।
ଜାଣିବା ଜିଣିବା ଲାଗି ଦୂର୍ବାର ବାସନା
ରଖି ରକେଟରେ ଚଢି ଅସାଧ୍ଯ ସାଧନା ।
ଲକ୍ଷ୍ଯେ ଅନ୍ତରୀକ୍ଷେ ଏବେ ହୋଇ ଅଗ୍ରସର
ନିଖିଳ ବିଶ୍ବ ବ୍ରହ୍ମାଣ୍ତେ ଭ୍ରମେ ନିରନ୍ତର ।

