STORYMIRROR

Kabiratna Nutan Kumar Behera

Abstract Action Inspirational

3  

Kabiratna Nutan Kumar Behera

Abstract Action Inspirational

ସଂପର୍କ

ସଂପର୍କ

1 min
204

ସଭିଏଁ ଏଠି ସଂପର୍କରେ ବନ୍ଧା

ସେ ହୋଇଥାଉ ଜନ୍ମରୁ ରକ୍ତଗତ

ଅବା ମାନସିକତାରେ ଭାବ ଭକ୍ତିଗତ

ମାଆଠାରୁ ପରମାତ୍ମା ପର୍ଯ୍ୟନ୍ତ

ପରିବାରଠାରୁ ବିଶ୍ବ ବ୍ରହ୍ମାଣ୍ଡ ଯାକ

ଅଦୃଶ୍ୟ ଭାବରେ ଆମେ ସମସ୍ତେ

ଏକ ଆଧାରରେ ହୋଇଛୁ ସଂଯୁକ୍ତ

ସଂପର୍କର ଅର୍ଥ ଅତି ବ୍ୟାପକ

ଜନ୍ମରୁ ମୃତ୍ୟୁ ଯାଏଁ ଜନ୍ମ ଜନ୍ମାନ୍ତର

ସଂପର୍କକୁ ଛାଡି ପାର୍ଥିବ ଜୀବନ 

ଏକା ଏକା ନିର୍ବାହ କରିବା ଅସମ୍ଭବ

ମଣିଷ ସାଥେ ଉଦ୍ଭିଦଜଗତ

କୀଟ ପତଙ୍ଗ ଜୀବଜନ୍ତୁ ସାରା ପ୍ରକୃତି

ପଞ୍ଚଭୂତ ଆତ୍ମା ପରମାତ୍ମା ସବୁ

ଇହଲୋକରୁ ପରଲୋକ

ପ୍ରତିଟି ଜୀବନ ହୋଇଥାଏ ନିର୍ଭରଶୀଳ

ବ୍ୟକ୍ତିଗତଠାରୁ ସାମୂହିକଭାବେ

ଏକ ବନ୍ଧନରେ ଆମେ ସବୁ ଆବଦ୍ଧ

ଦୃଢ଼ ଧାରଣାରେ ହେଉ ନିକଟତମ

ହୀନ ସଂକୀର୍ଣ୍ଣତାରେ ହୁଏ ବ୍ୟତିକ୍ରମ

ତଥାପି ଏ ସଂପର୍କ ହୁଏନା ଛିହ୍ନ

ପ୍ରତ୍ୟକ୍ଷ ବା ପରୋକ୍ଷରେ

ହୋଇଥାଏ ଜଣେ ତାର ଅନୁଗତ

ଉଗ୍ର ଦାମ୍ଭିକତାର ଅହଂଭାବରେ

ଅବା ଅଜ୍ଞାନତାର ଘନ ଅନ୍ଧାରରେ

ହୁଏତ କରି ପାରେ ଜଣେ ଅସ୍ବୀକାର

କିନ୍ତୁ ବାସ୍ତବରେ ପାରେ ନାହିଁ

ଏ ସଂପର୍କକୁ ଛାଡି଼ ସ୍ଥୂଳ କି ସୂକ୍ଷ୍ମରେ

ଜୀବନ ସହିତ ଶ୍ବାସ ପ୍ରଶ୍ବାସ ଭଳି

ଅଜଣାତରେ ବି ରହିଥାଏ ଏ ସଂପର୍କ

ବିଧିର ବିଧାନ ଏକାନ୍ତରେ ଥାଏ ଧରି

କାହାକୁ ଠକି ଦେବା ପ୍ରତାରିତ କରିବା

ସାମୟିକ ସ୍ବାର୍ଥର ବିଭ୍ରାନ୍ତିରେ ଜଣେ

ଉର୍ଦ୍ଧମୁଖୀ ନ ହୋଇ ପତନକୁ ଗତି

କରିଥାଏ ଲୋଭ ମୋହରେ

ସଂପର୍କ କେବଳ ବିକାଶ ପ୍ରକାଶ ଲାଗି

ବାଧାପ୍ରାପ୍ତ ହେବା ନିଜସ୍ବ ବିଡ଼ମ୍ଵନା

ମିଥ୍ୟାଚାର ପ୍ରବଞ୍ଚନା ମାତ୍ର

ସଂପର୍କର ଲକ୍ଷ୍ୟ ଉଦ୍ଦେଶ୍ୟ ମହତ

ସତ୍ୟ ଆଡ଼କୁ ତାର ଗତି ପ୍ରଗତି

'ବସୁଧୈବଃ କୁଟୁମ୍ବକମ୍' ଚିନ୍ତାଧାରା

ସଂପର୍କକୁ କରେ ମହନୀୟ

ତାର ବିନିମୟରେ ସାରା ଜଗତକୁ

ପବିତ୍ରତାରେ କରିପାରେ ଜଣେ ଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract