Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Classics Inspirational

3  

Satyanarayan Sahoo

Action Classics Inspirational

ପଇସା ଗଛର ଟଙ୍କା ଫଳ

ପଇସା ଗଛର ଟଙ୍କା ଫଳ

1 min
210



ଟିକି ଚାରାଟିଏ କିଣି ଲଗାଇଲେ

ବଡ ହୁଏ ଦିନେ ତାହା

ଦାନ କରେ ସିଏ ମାନବ ସମାଜେ

ଫୁଲ ଫଳ ଆଉ ଛାୟା ॥

ଖରା ବେଳେ ଜୀବେ  ତା'ର ତଳେ ସର୍ବେ

ବସି ବିତାଅନ୍ତି ବେଳ

ଗଛ ଡାଳ ତଳେ  ମୂଦୁ ବାୟୁ ମିଳେ  

ଅଟେ ଆହା କି ! ଶୀତଳ ॥

ଗଛ ହିଁ ଦିଅଇ  ପ୍ରାଣୀଙ୍କର ପାଇଁ

ଶୁଦ୍ଧବାୟୁ ଅମ୍ଳଜାନ

ଜୀବନ ଧାରଣ ପାଇଁ ଅଟେ ଯାହା

ଅତ୍ଯନ୍ତ ହେ , ପ୍ରୟୋଜନ ॥

ବୂକ୍ଷ ଲତା ହେତୁ ହୁଅଇ ବରଷା

ମୂର୍ତ୍ତିକାର ସଂରକ୍ଷଣ

ସାଥେ ବହୁ ବିଧ ହିତ ନିତି ସାଧି

ରଖଇ ସେ ଭାରସାମ୍ଯ ॥

ତା'ର ଫୁଲ ଫଳ ଔଷଧି ସକଳ

ବିକ୍ରୟ କରିଣ ଜନେ

ନିତି ଯେ ବହୁତ  ଆହରନ୍ତି ଅର୍ଥ

ପୁଣି ପଶୁ ପକ୍ଷୀ ମାନେ ॥

ଖାଇ ତା'ର ଡାଳ ପତର ଓ ଫଳ

ଲଭନ୍ତି କେତେ ସନ୍ତୋଷ

ପଇସା ଗଛରେ ଟଙ୍କା ଫଳ ସତେ

ଦୂରାଏ ଭୋକ ଓ ଶୋଷ ॥

ପଇସା କି ! କେବେ କେଉଁଠି ବାସ୍ତବେ

ଦୂରାଇ ପାରିଛି କହ

ଭୋକ ଶୋଷ ସିନା ଦୂରାଇ ଦିଅଇ

ଫଳ ଦାନ କରି ବୂକ୍ଷ ॥



Rate this content
Log in

Similar oriya poem from Action