STORYMIRROR

Kabiratna Nutan Kumar Behera

Abstract Action Classics

3  

Kabiratna Nutan Kumar Behera

Abstract Action Classics

କଣ୍ଟା ଗଛର ଛାଇ

କଣ୍ଟା ଗଛର ଛାଇ

1 min
280


କଣ୍ଟା ଗଛର ଛାଇ

କେବେ କେଉଁ ପଥକ୍ଳାନ୍ତ ପଥିକକୁ

ତା' ତଳେ ପାରେନା ଆଶ୍ରୟ ଦେଇ

ଅବା ପଥିକଟିଏ ବି ଚାହେଁନା

ଦଣ୍ଡେ ବସିବ ତା ତଳେ ଯାଇ

କଣ୍ଟା ଗଛ ଉଦାସ ରହି

ଯାଉଥାଏ ଖରା ବର୍ଷା ଶୀତ ସହି

ସବୁରି ପରି ତାର ବି ଜୀବନ

ବରଂ ତାକୁ ଭଲ ନ ପାଉ କେହି

ଜନମ ତ ପାଇଛି କଣ୍ଟା ଗଛ

ସମାନ ତାର ଆଗପଛ

ମନକୁ କରି ପାରେନା ସୁନ୍ଦର ସ୍ଵଚ୍ଛ

କାହାକୁ ଦେଇ ପାରେନା ବୋଲି ହସ

ନିଜ ଉପରେ ତାର ନଥାଏ ବିଶ୍ଵାସ

ହତତ୍ସାହରେ ରହେ ସେ ନିରାଶ

ନାହିଁ ତାର ଜୀବନେ ବିକାଶ

ଫୁଲ ଫଳରେ ବି ଶୂନ୍ୟ

ଜୀବନ ତାର ଅନ୍ୟଠାରୁ ଭିନ୍ନ

ଉଦ୍ଭିଦଜଗତେ ସେ ହେୟ ନଗଣ୍ୟ

ସବୁରି ଆଖିରେ ଘୃଣ୍ୟ

ନିଜ ଦୁଃଖ ନିଜ ଭିତରେ ସାଉଁଟି

ରହିଥାଏ ଅସହାୟ ଚିର ରୁଗ୍ଣ

ସେ କିନ୍ତୁ ସତର୍କ ହୁସିଆର ବହୁତ

ଇଚ୍ଛା କରି କେବେ କାହାକୁ

ଦିଏ ନାହିଁ ଜମାରୁ ତିଳେ ଆଘାତ

ବୁଝେ ସେ ଯନ୍ତ୍ରଣା କି ସାଙ୍ଘାତିକ

ତଥାପି କେତେକେ ଅସାବଧାନରେ

ତା' ସାଥୀରେ ଲାଗି ହୁଅନ୍ତି ରକ୍ତାତ

ନ ଦେଖି ତାଙ୍କ ନିଜର ଭୁଲ୍

ତାକୁ ହିଁ ସଭିଏଁ ଦିଅନ୍ତି ଦୋଷ

କରନ୍ତି କେତେ ଗାଳି ଗୁଲଜ

ସେ ତ କଣ୍ଟା ନଗ୍ନ ରୁକ୍ଷ

ସହିଯାଏ ସବୁ ହୋଇ ନିର୍ଲଜ୍ଜ

ମନେ ରଖି ମନର ଦରଜ

ଜୀବନଟାକୁ ଭାବେ ନାହିଁ ସହଜ

ନିଜକୁ ଉତ୍ସର୍ଗ କରି ଦେଇ ସେ

ସମାଜ ପାଇଁ କରେ କିଛି ଉପକାର

କେହି ବୁଝୁ କି ନବୁଝୁ ସେବା ତାର

ନ ଥାଉ ବରଂ ତାର ଛାଇ

ଛାୟାପ୍ରଦ ଫଳନ୍ତି ଗଛକୁ ରକ୍ଷାକରେ

ତା' ଚାରିପାଖର ବାଡ଼ଟିଏ ହୋଇ

ଅବୁଝା ଜୀବଜନ୍ତୁ ତୃଣଭୋଜୀ

କିଛି କ୍ଷତି କରି ପାରନ୍ତିନି ପାଖକୁ ଯାଇ

ବାହ୍ୟ ଆକ୍ରମଣରୁ ବଞ୍ଚାଏ

ଚାହେଁନା ପ୍ରଶଂସା କି ସମ୍ମାନ

ଖୁସି ହେଖି ଅନ୍ୟର ଖୁସି ହୁଏ

ସେ ଜାଣେ କାହା ଖୁସିରେ ଖୁସି ହେବା

ଉଦାରତାର ମହନୀୟ ପରିଚୟ

ଈର୍ଷା ହିଂସା କରିବା ହୀନମନ୍ୟତା

କରେ ଯିଏ ନିଷ୍ଠୁର ତା' ହୃଦୟ

ନ ଥାଇ ବି ତାର ସୁଶୀତଳ ଛାଇ

ଦୁନିଆଁକୁ ଛାଡି଼ଯିବା ଆଗରୁ

ଯାଏ ସମାଜକୁ କିଛି ଅବଦାନ ଦେଇ।

  -=

    



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract