STORYMIRROR

Kabiratna Nutan Kumar Behera

Action Inspirational

3  

Kabiratna Nutan Kumar Behera

Action Inspirational

ନିର୍ମୂଳୀ ଲତା

ନିର୍ମୂଳୀ ଲତା

1 min
341

ନିର୍ମୂଳୀ ଲତା ପରାଙ୍ଗପୁଷ୍ଟ

ଗଛ ଉପରେ ଅଙ୍କେଇ ବଙ୍କେଇ

ଜାଲ ପରି ଯାଏ ମେଲି 

କରି ନିଜର କାୟା ବିସ୍ତାର

ଗଛକୁ ଦିଏ ଭାରି କଷ୍ଟ

ସହଜରେ ସେ ହୁଏନା ନଷ୍ଟ

ମୂଳ ନ ଥାଇ ବଢଇ ଶିଘ୍ର ଶିଘ୍ର

ହେଉଥାଏ ସେ ବ୍ୟଗ୍ର

ଗଛ ସଂଗ୍ରହ କରେ ଖାଦ୍ୟସାର

ସୃଷ୍ଟରେ ବିଚିତ୍ର ତାର ଗୁଣ

ଅନ୍ୟଠୁ ତା' ଇଚ୍ଛା କରେ ପୂରଣ

ଯା' ଉପରେ ହୁଏ ନିର୍ଭରଶୀଳ

ତାକୁ କରେ ସବଳରୁ ଦୁର୍ବଳ

କରେ ତାର ବହୁ ଅପକାର

ହୋଇ ଥାଏ ସେ ସ୍ଵାର୍ଥପର

ଅନ୍ୟ ପ୍ରତି ରଖେନା ନଜର

ସଦା ତାର ପକ୍ଷପାତ ବିଚାର

ନିଜେ ବଞ୍ଚିବା ତା' ସ୍ବଭାବ

ଦେଖେନା କାହାର କଣ ଅଭାବ

କହିଲେ କେହି ସ୍ବାର୍ଥପର

ରହିଥାଏ ନିରୁତ୍ତୋର

ନାହିଁ ତାର ଆତ୍ମସଂକୋଚ 

ସଦା ରଖିଥାଏ ସେ ହାତ ପାଞ୍ଚ

ତାର ନାହିଁ ତିଳେ ସ୍ଵାଭିମାନ

ଅବଦାନ ନ ଥାଇ ଖୋଜେ ସମ୍ମାନ

ଗଛ ପାରେନା କରି ତା' ପ୍ରତିକାର

ଦୁର୍ବଳ ହୋଇ ପଡେ ନିରନ୍ତର

ଆଜି ସମାଜେ ଅନେକ ମଣିଷ

ତାଙ୍କଠାରେ ନ ଥାଏ ବିଶ୍ଵାସ

ଠିକ୍ ନିର୍ମୂଳି ଲତା ପରି

ନୁହଁନ୍ତି ସେମାନେ ଉପକାରୀ

ବନ୍ଧୁ ନ ହୋଇ ହୁଅନ୍ତି ବଇରି

ବଦଳନ୍ତି ନାହିଁ ଯୁଗ ଯୁଗ ଧରି

ସମାଜ ହୁଏ ପତନମୁଖୀ

ହସୁଥାନ୍ତି ସେମାନେ ସବୁ ଦେଖି 

ଭଲ କ'ଣ ପାରନ୍ତି ନାହିଁ ଶିଖି

ଲୋଭ ମୋହ ଉପରେ ଆଖି

ସବୁବେଳେ ଥାନ୍ତି ରଖି

ନିର୍ମୂଳି ଲତା ପରି ସବୁ ଦୁର୍ଜନ

ଯିଏ ଦୂରଦୃଷ୍ଟି ସମ୍ପନ୍ନ

ଏମାନଙ୍କୁ ସଦା କରିଥାଏ ବର୍ଜନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action