Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Tragedy Action Inspirational

3  

ବୀରେନ୍ କୁମାର ବେହେରା

Tragedy Action Inspirational

କଳଙ୍କଟା ଦିଏ କଷ୍ଟ

କଳଙ୍କଟା ଦିଏ କଷ୍ଟ

1 min
245


ଆମ ଏ ଜୀବନେ କେତେ ଯେ ଘଟଣା,

ଦୁର୍ଘଟଣା ଯାଏ ଘଟି ।

କିଛି ଘଟଣା ଯେ ଦେଇଥାଏ ସୁଖ,

କିଛି ଦୁଃଖ ଦିଏ ଭେଟି ।।

କିଛି ଘଟଣା ବି ଦୁର୍ଘଟଣା ରୂପେ,

ଲଗାଏ କଳଙ୍କ ଦାଗ ।

ଆଉ କିଛି ପୁଣି ଘଟଣା ରୂପରେ,

ପହଞ୍ଚାଏ ସୁଖ ଭୋଗ ।।

କଳଙ୍କର ଦାଗ ଥରେ ଲାଗିଗଲେ,

ସେ ଦାଗ ଲିଭେନା ଆଉ ।

ଏମିତିକା ଦାଗ ଆମ ଜୀବନର,

କମାଇ ଦିଅଇ ଭାଉ ।।

ଏହି କଳଙ୍କଠୁ ଦୂରେଇ ରହିଲେ,

ସାର୍ଥକ ହେବ ଜୀବନ ।

ତେଣୁ ଆହେ ବନ୍ଧୁ ଏଇ ଜୀବନକୁ,

କର କଳଙ୍କବିହୀନ ।।

ହାତେ ମାପି ସଦା ଚାଲ ହେ ଚାଖଣ୍ଡେ,

ମନକୁ ନକର ଦୁଷ୍ଟ ।

କଳଙ୍କକୁ ପାଶେ ନ ଦିଅ ଆଶ୍ରୟ,

କଳଙ୍କଟା ଦିଏ କଷ୍ଟ ।।



Rate this content
Log in

Similar oriya poem from Tragedy