Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Drama Classics Inspirational

3  

ବୀରେନ୍ କୁମାର ବେହେରା

Drama Classics Inspirational

ପ୍ରକୃତ ହିରୋଟେ ହୁଅ

ପ୍ରକୃତ ହିରୋଟେ ହୁଅ

1 min
161


ଜୀବନଟା ଏକ ରଙ୍ଗମଞ୍ଚ,

ଅଭିନୟ ଏଠି ଲୋଡା ।

ଅଭିନୟ ଯଦି ହୁଅଇ ନିଖୁଣ,

ମିଳିଥାଏ ଫୁଲତୋଡା ।।

କିଏ ଏଠି ହୁଏ ଭିଲିଆନ୍ ପୁଣି,

କିଏ ହୁଏ ଏଠି ହିରୋ ।

ଆଉ କା ଚରିତ୍ର ଲାଗେ ଫିକାଫିକା,

ଅଭିନୟ ଥାଏ ଜିରୋ ।।

କମେଡିଆନ ଭୁମିକାରେ କିଏ,

କରେ ପୁଣି ଅଭିନୟ ।

ଆଉ କିଏ ଏଠି ଅଭିନୟ ବିନା,

ସାଉଁଟୁଥାଏ ସେ ଶ୍ରେୟ ।।

ସବୁ ଅଭିନୟ ସମାଜ ହିତରେ,

ମଞ୍ଚରେ ମଞ୍ଚସ୍ଥ ହୁଏ ।

ଅଭିନେତାଟିଏ ଅଭିନୟ ସାରି,

ଶେଷରେ ବିଦାୟ ନିଏ ।।

ମିଛ ଅଭିନୟ ହୃଦୟରୁ ତେଜି,

କର ସତ ଅଭିନୟ ।

ରିଲ୍ ହିରୋଟେ ହେବା ପରିବର୍ତ୍ତେ,

ପ୍ରକୃତ ହିରୋଟେ ହୁଅ ।।



Rate this content
Log in

Similar oriya poem from Drama