ବନ୍ଧୁ ସଭିଙ୍କର ଲୋଡା
ବନ୍ଧୁ ସଭିଙ୍କର ଲୋଡା


ମଣିଷ ଜୀବନ ମାତ୍ର ଦୁଇଦିନ
ଦିନେ ଜନ୍ମ ଦିନେ ମୃତ୍ୟୁ ।
ଏହି ଜୀବନକୁ ମିଳଇ ପୂର୍ଣ୍ଣତା
ବାନ୍ଧିଲେ ବନ୍ଧୁତ୍ୱ ସେତୁ ।।
ବନ୍ଧୁ ବିନା ପରା ଏଇ ଜୀବନଟା
ଲାଗିଥାଏ ଫିକା ଫିକା ।
ବିପଦ ବେଳରେ ହୋଇଥାଏ ସାହା
ବନ୍ଧୁ ପାଖେ ଥିଲେ ଏକା ।।
ବନ୍ଧୁତ୍ୱର ସେତୁ ଶକ୍ତ ହେବା ପାଇଁ
ବିଶ୍ୱାସ ହିଁ ଚାବିକାଠି ।
ଅବିଶ୍ୱାସ ଯଦି ମନରେ ଜନ୍ମଇ
ବନ୍ଧୁପଣ ଯାଏ କଟି ।।
ବନ୍ଧୁଟିଏ ସିନା ପାରିଥାଏ ବୁଝି
ବନ୍ଧୁତ୍ୱର ପରିଭାଷା ।
ଶତ୍ରୁ କି ବୁଝିବ ବନ୍ଧୁତ୍ୱର ମୂଲ୍ଯ
ଈର୍ଷାପଣ ଯାର ନିଶା ।।
ସମ୍ପର୍କର ମୂଲ୍ୟ ବୁଝିଥିଲେ ସିନା
ବନ୍ଧୁତ୍ୱ ହୁଅଇ ଗଢା ।
ବନ୍ଧୁତ୍ୱ ଡୋରୀରେ ବନ୍ଧା ହେବା ପାଇଁ
ବନ୍ଧୁ ସଭିଙ୍କର ଲୋଡା ।।