Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବୀରେନ୍ କୁମାର ବେହେରା

Children Stories Classics Inspirational

4  

ବୀରେନ୍ କୁମାର ବେହେରା

Children Stories Classics Inspirational

ଭାବିଚିନ୍ତି ନେବା ଶେଷ ନିଷ୍ପତ୍ତି

ଭାବିଚିନ୍ତି ନେବା ଶେଷ ନିଷ୍ପତ୍ତି

1 min
257


ଆମ ଜୀବନରେ କେତେ ଯେ ସମସ୍ୟା,

ଉପନୀତ ହୁଏ ସମୟ ସାଥେ ।

ସେ ସବୁ ସମସ୍ୟା ହୁଏ ସମାଧାନ,

ଆଉ ପୁଣି ବାକି ରହଇ କେତେ ।।

ସମାଧାନ ପାଇଁ ଚତୁରତା ସହ,

ଆମେ ନେଇଥାଉ ଆମ ନିଷ୍ପତ୍ତି ।

ସେ ନିଷ୍ପତ୍ତି କେବେ ପହଞ୍ଚାଏ ଲାଭ,

ଆଉ ପୁଣି କେବେ କରଇ କ୍ଷତି ।।

ନିଷ୍ପତ୍ତି ଘେନିବା ସମୟରେ ଯେବେ,

ବିଚାର କରିବ ସ୍ଥିର ଚିତ୍ତରେ ।

ବିପଦ କେବେ ବି ନ ମାଡିବ ପାଶ,

ଅକ୍ଷରେ ଅକ୍ଷରେ ଏହା ସତରେ ।।

ସଠିକ୍ ନିଷ୍ପତ୍ତି ଆମ ଜୀବନରେ,

ବଦଳାଇ ଦିଏ ଭାଗ୍ୟରେଖାକୁ ।

ଭୁଲ୍ ନିଷ୍ପତ୍ତି ହିଁ ଠେଲି ଦେଇଥାଏ,

ଅନ୍ଧାର ମଧ୍ୟରେ ଆମ ଭାଗ୍ୟକୁ ।।

ତରବରିଆରେ କୌଣସି ନିଷ୍ପତ୍ତି,

ଥରାଇ ଦିଅଇ ଆମର ଛାତି ।

ଶାନ୍ତ ମନରେ ହିଁ ନିଷ୍ପତ୍ତି ଘେନିବା,

ଭାବିଚିନ୍ତି ନେବା ଶେଷ ନିଷ୍ପତ୍ତି ।।



Rate this content
Log in