ଯାଦୁଖେଳ କିଣେ ମନ
ଯାଦୁଖେଳ କିଣେ ମନ


ସୁସ୍ଥ ଜୀବନ ବଞ୍ଚିବା ପାଇଁ କି,
ମନୋରଞ୍ଜନ ହିଁ ଲୋଡା ।
ସେ ମନୋରଞ୍ଜନ ଆମ ହୃଦୟକୁ,
ଦେଇଥାଏ ଫୁଲତୋଡ଼ା ।।
ମନୋରଞ୍ଜନ ର ବିଭିନ୍ନ ମାଧ୍ୟମ,
ଅଛି ଆମ ସମାଜରେ ।
ଯାଦୁ ଖେଳ ତହିଁ ଅଟଇ ସ୍ଵତନ୍ତ୍ର,
ପରିଚିତ ଘରେଘରେ ।।
ଅସମ୍ଭବ ସବୁ ହୁଅଇ ସମ୍ଭବ,
ଏହି ଯାଦୁ ଖେଳ ପାଇଁ ।
ଅବିଶ୍ୱସନୀୟ ଘଟଣା ଯେତେକ,
ଏଇଠି ହିଁ ଘଟିଥାଇ ।।
ଆଖିକୁ ଆମର ନ ହୁଏ ବିଶ୍ବାସ,
ଏହି ଯାଦୁ ଖେଳ ଦେଖି ।
ଯାଦୁକର ଟିଏ ଗୋଟାଏ ପ୍ରଶଂସା,
ତା ବିଦ୍ୟାକୁ କରି ସାକ୍ଷୀ ।।
ଏହି ଖେଳଟି କୁ ଦେଖିବା ନିମିତ୍ତ,
ବ୍ୟତିବ୍ୟସ୍ତ ସବୁ ପ୍ରାଣ ।
ବିଷାଦ ମନ ରେ ଆଣିଦିଏ ସୁଖ,
ଯାଦୁଖେଳ କିଣେ ମନ ।।