Anita Dash

Abstract Others

3  

Anita Dash

Abstract Others

ସଂପର୍କ

ସଂପର୍କ

1 min
212


ମଧୁର ସମ୍ପର୍କ ସ୍ୱଚ୍ଛ ନିର୍ମଳ

ସ୍ଫଟିକ ପାତ୍ର ପ୍ରାୟେ,

ଏପାଖ ମାଳିନ୍ୟ କିଂଚିତ ଦାଗ

ଆରପାଖେ ଦିଶିଯାଏ। [୧]

ଏଥିପାଇଁ ଯଦି ଚାହଁ କରିବାକୁ

ସମ୍ପର୍କ ଚିର ସୁନ୍ଦର,

ଅପର ଭାବନା ଆତ୍ମସମ୍ମାନକୁ

ସାଦରେ ସମ୍ମାନ କର। [୨]

ଜୀବନ ଯାତ୍ରାର ପଥେ ମିଳିଥାନ୍ତି

କେତେ ଅଚିହ୍ନା ମଣିଷ,

ଭାବ, ଅଭାବ ବା ପ୍ରଭାବ କାରଣେ

ହେବାକୁ ଚାହାନ୍ତି ବଶ । [୩]

ସ୍ନେହ ଭାବ ନେଇ ଯେ ଆସୁଛି, ତାକୁ

ସେନେହ ଶରଧା ଦିଅ,

ଅଭାବୀ ଜନର ପ୍ରୟୋଜନ ବୁଝି

ଯଥାାସାଧ୍ୟ ଦାନ ଦିଅ । [୪]

ପୁଣି କେହି ଯଦି ବ୍ୟକ୍ତିତ୍ୱ ପ୍ରଭାବେ

ହେବାକୁ ଚାହେଁ ନିଜର,

ଭାଗ୍ୟଶାଳୀ ବୋଲି ନିଜକୁ ବିଚାରି

ସସମ୍ମାନ ଜ୍ଞାନ କର। [୫]

ମିତ୍ରତାରୁ ମହା ଆନନ୍ଦ ଉପୁଜେ,

କୁଣ୍ଠା ଆଣେ ତିରସ୍କାର,

ତିରସ୍କାର ଦ୍ବେଷ ମନୁନ ପୋଛିଲେ

ଶତ୍ରୁ ହୋଇବେ ନିକର। [୬]

ଅବିବେକୀ ଶଠ ଦାମ୍ଭିକଠୁ ଯଦି

ପାଅ କଷ୍ଟ ଅପମାନ,

କ୍ଷମାଗୁଣ ତେଜି ସ୍ୱାଭିମାନ ଜଗି

ଟେକ ରଖ ବଡପଣ । [୭]

ଶତ ଦୋଷତ୍ରୁଟି ଅବଗୁଣ ଥାଇ

ନିଜକୁ ତ ଭଲପାଅ,

ତେବେ କାହିଁପାଇଁ ଅପରକୁ ଛୋଟ

ଭୁଲ୍ ପାଇଁ କୋଷୁଥାଅ ? [୮]

ମରିବା ଆଗରୁ ଧରମ କଉଡି

ଧୀରେ ଧୀରେ ସଂଚିଯାଅ,

ଅମର ହେବାକୁ ବ୍ୟକ୍ତି ନହୋଇ

ବ୍ୟକ୍ତିତ୍ୱରେ ବଞ୍ଚୁଥାଅ । [୯]


Rate this content
Log in

Similar oriya poem from Abstract