STORYMIRROR

Anita Dash

Romance Classics

3  

Anita Dash

Romance Classics

ନିର୍ବିଶେଷେ ରହେ ସ୍ଥିର

ନିର୍ବିଶେଷେ ରହେ ସ୍ଥିର

1 min
165

ରାଜ ହଂସିନୀର ହୃଦୟେ ଆସୀନ ଏକଇ ହୃଦୟେଶ୍ବର,

ହଂସା ଥିଲା ଯାଏ ସିଏ କେବେ କଣ ହୋଇ ପାରନ୍ତି ଅନ୍ତର ।


ଦିନ ମାସ ବର୍ଷ ଯୁଗ ଅତିକ୍ରାନ୍ତେ ସମୟତ ଯାଏ ଚାଲି,

ଘାତ ପ୍ରତିଘାତ ଅନ୍ତର୍ଦ୍ଵନ୍ଦ ଭେଦି ସଂପର୍କ ହୁଏନା ଭୂଲି।


ରହିଥାଏ ହୋଇ ହୃଦୟ ସ୍ପନ୍ଦନ ଧମନୀର ସଂଚାଳନ

ଆତ୍ମାର ନିକଟ ଆତ୍ମୀୟ ସେ ପୁଣି ଆତ୍ମ ଶକ୍ତିର କାରଣ।


ଯାର ପାଶେ ଥିଲେ ଜଣା ପଡେ ନାହିଁ ଭେଦ ପର ଅପରର,

ସଂଦର୍ଶନେ ଆପେ ଉନ୍ମୋଚିତ ହୁଏ ଅନ୍ତର୍ମନ ରୁଦ୍ଧ ଦ୍ଵାର।


ସତ୍ୟ ଶିବ ଆଉ ସୁନ୍ଦର ସ୍ଵରୂପ ଅନୁଭବ ଯାର ପାଇଁ,

ତା ଉପସ୍ଥିତି ବା ଅନୁପସ୍ଥିତିରେ ଅନୁରାଗ ରହେ ଜୀଇଁ।


ସୂରୁଜର ରଶ୍ମି ଫୁଲର ସୁରଭି ଅଙ୍ଗାଅଙ୍ଗୀ ଭାବେ ସ୍ଥିର,

ସାଗରୁ ତରଙ୍ଗ ନଭରୁ ନିଳୀମା ହୋଇ ପାରେନା ଅନ୍ତର।


ଚନ୍ଦ୍ର-କୁମୁଦିନୀ ସୂରୁଜ-ପଦ୍ମିନୀ ବନ୍ଧନ ଚିର ଅମର,

ଶାଶ୍ଵତ ସଂପର୍କ ସ୍ଥାନ କାଳ ପାତ୍ର ନିର୍ବିଶେଷେ ରହେ ସ୍ଥିର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance