STORYMIRROR

Narendra Sahu

Romance

3  

Narendra Sahu

Romance

ସେଇ ଚିଠି

ସେଇ ଚିଠି

1 min
53


ସେଇ ଚିଠି

ଯାହା ତୁମେ ବସନ୍ତର

ଶେଷ ସନ୍ଧ୍ୟାରେ ଦେଇଥିଲ

ଆଜି ବି ସାଇତା ହୋଇ ରହିଛି

ହୃଦୟ କନ୍ଦରରେ,

ଚିଠି ନୁହେଁ ତ ସ୍ମୃତିର ଛିଟା

ସବୁବେଳେ ଉଙ୍କି ମାରୁଛି

ମୋର ଏ ହୃଦୟ ଆକାଶରେ।


ତୁମ ଚିଠି

ମନେ ଅଛି ମୋର

ଗୋଟି ଗୋଟି କରି ପ୍ରତିଟି ଶବ୍ଦ

ତୁମ ଦରଦୀ ହୃଦୟର

ମୋ ପ୍ରତି ଥିବା ଭାବନାର ଛବି

ମର୍ମେ ମର୍ମେ ତୁମେ 

ଆଙ୍କିଥିଲ ଭାବନା ମୁନରେ,

ଜାଣେନା ସେ ଆରମ୍ଭ ନା ଶେଷ ଥିଲା

ତଥାପି ସାଇତା 

ଯେମିତି ତୁମେ ଥିଲ

ହୃଦୟ କୋଣରେ।


ଚିଠିର ଠିକଣା

ମନ ଅଛି ମୋର

ହେଲେ ଅତୀତ ପରି ମଳିନ ଲାଗୁଛି,

ବାରମ୍ବାର ଦେଖେ

ଠିକଣା ସାଥେ ଭାବନାକୁ ପରଖେ

ସେଇ ବସନ୍ତ ଆସୁଛି

(ହେଲେ) ସେଇ ଚିଠି ଆସୁନି

ଯାହା ମୋତେ ଦେଇଥିଲ

ସେଇ ଠିକଣାରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance