STORYMIRROR

Narendra Sahu

Tragedy Inspirational

3  

Narendra Sahu

Tragedy Inspirational

ଗୁରୁ ନୁହେଁ ଗୁରୁ ପରା

ଗୁରୁ ନୁହେଁ ଗୁରୁ ପରା

1 min
41


ନାହିଁ ସେ ଚାହାଳୀ ଆଉ ଆଗ ଭଳି

   ଯହିଁ ପଢ଼ୁଥିଲେ ପାଠ,

ମଣୁଥିଲେ ସର୍ବେ ଏକାକାର ଭାବେ

   ଗୁରୁ ବ୍ରହ୍ମା ଗୁରୁ ଶ୍ରେଷ୍ଠ,

   ଥିଲେ ସର୍ବେ ଏକ ନିଷ୍ଠ।


ଶିକ୍ଷାଦାନ ସାଥେ ଜୀବନ ଗଠନ

  ଗୁରୁଙ୍କ ଅମୂଲ୍ୟ ଦାନ,

ସରଳ ନିଷ୍ପାପ  ଶିଶୁକୁ ଯେସନ

  ଦେଇ ଜ୍ଞାନ ପରିପୂର୍ଣ୍ଣ,

  ନ ଥିଲା ଜାତି ଧର୍ମ ବର୍ଣ୍ଣ।


ସମାଜ ସୌଧକୁ  ଗଢି ତୋଳିବାକୁ

  ଦେଉଥିଲେ କର୍ଣ୍ଣ ମନ୍ତ୍ର,

ନିରପେକ୍ଷ ଭାବେ ବାଣୀକୁ ସ୍ୱଭାବେ

  କହୁଥିଲା ହୃଦ ତନ୍ତ୍ର,

  ବାଣୀକୁ ପ୍ରଣାମ ଅଜସ୍ର।


ଶିଷ୍ୟର ସ୍ୱରୂପ ଶାସିତ ତା ରୂପ

  ନିତି ନିୟମ ଶାସନେ,

ଶାସକଟି ପରି ଗୁରୁ ଗିରିଧାରୀ

  ଆକଟ ହୃଦୟ ପଣେ,

   ନାଶିଣ ଦୁଷ୍ଟାମୀ କ୍ଷଣେ।


ସମୟର ଚକ୍ରେ ବଦଳିଛି କ୍ଷୀପ୍ରେ

  ପରମ୍ପରା କୀର୍ତ୍ତି ରାଜି,

ଗୁରୁ ନୁହେଁ ଗୁରୁ ଶିଷ୍ୟ ନୁହେଁ ଶିଷ୍ୟ

  ଯାଇଅଛି ସବୁ ହଜି,

  ଶିକ୍ଷକ ଛାତ୍ର ରୂପରାଜି।


ପ୍ରଶାସନ ନୀତି ଦୂର କରେ ପ୍ରୀତି

  ଶିକ୍ଷାନୁଷ୍ଠାନେ ପ୍ରତି କ୍ଷଣେ,

ନାହିଁ ସେ ଆଦେଶ ନାଶିବାକୁ ଦୋଷ

  ଛାତ୍ରଙ୍କର ପ୍ରତି କୋଣେ,

  ଶିକ୍ଷକ ବିପଦ ମଣେ।


ତଥାପି ବଞ୍ଚିଛି  ଦିବସ ପାଳନ

  ଜାଣିବାକୁ ପରମ୍ପରା,

ହେଲେ କ'ଣ ହେବ ବଦଳୁନି ଭାବ

  ସଂପର୍କ ଯେ ଦିଗହରା,

  ଗୁରୁ ନୁହେଁ ଗୁରୁ ପରା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy