STORYMIRROR

Narendra Sahu

Others

4  

Narendra Sahu

Others

ଗାନ୍ଧୀଙ୍କ ରାମରାଜ୍ୟ

ଗାନ୍ଧୀଙ୍କ ରାମରାଜ୍ୟ

1 min
266

କିଏ କହୁଛି ଗାନ୍ଧୀ ବଞ୍ଚି ନାହାନ୍ତି

ଆମରି ଭିତରେ 

ଗାନ୍ଧୀ ଅନେକ ଜୀବିତ

ନଚେତ୍ ଅସତ୍ୟ ସୀମା ଲଙ୍ଘି 

ହିଂସା ବାଡ଼ ଭାଙ୍ଗି

କାହିଁ କେତେ ଦୂର ମାଡି ଚାଲନ୍ତା

ତାକୁ ତ କିଏ ଅବରୋଧ କରୁଛି

ଗାନ୍ଧୀ ନ ହୋଇ ପାରେ,

ଗାନ୍ଧୀପଣିଆ ତ ବଞ୍ଚିଛି।


କିଏ କହେ,

ଅହିଂସା ନିଃଶେଷ ହେଲାଣି

ମୁଁ ତ କହିବି ଅହିଂସା 

ହିଂସାର ପାଉଁଶ ମଧ୍ୟରେ

ଏବେ ବି କୁହୁଳୁଛି

ଖାଲି ସିଏ ଟିକେ ରାସ୍ତା ଚାହୁଁଛି,

ନଚେତ୍ କେବେ ଠାରୁ

ଲିଭି ଯାଆନ୍ତା।


କିଏ କହେ,

ଗାନ୍ଧୀଙ୍କ ରାମ ରାଜ୍ୟ ସ୍ୱପ୍ନ 

ମୁଁ ତ କହିବି 

ରାମ ରାଜ୍ୟ ପ୍ରତିଷ୍ଠା ହୋଇସାରିଛି,

କେବଳ ରାବଣଙ୍କ ପତିଆରା

ଅହେତୁକ ବଢ଼ିଯାଇଛି,

ତଥାପି ଜଣେ ରାମର

ଆବଶ୍ୟକତା ରହିଛି,

ଲଙ୍କା ବଡ଼ ହେଲେ ଚଳିବ,

ରାମ କିନ୍ତୁ ଜଣେ ଦରକାର

ନଚେତ୍ ପ୍ରତିଷ୍ଠିତ ରାମରାଜ୍ୟ

ରାବଣ ରାଜ୍ୟ ଲଭିବ।



Rate this content
Log in