STORYMIRROR

Ashok Moharana

Romance

3  

Ashok Moharana

Romance

ଚିଠି

ଚିଠି

1 min
27

ଆଖି ଖୋଜୁଥାଏ ତୁମରି ମୁହଁଟି

କାଗଜର ଚିଠି ଖୋଲି

ଅକ୍ଷର ଗୁଡ଼ାକ ନୀଳ ନୀଳ ଦିଶେ

ସତେକି ତୁମରି ଆଖି।୧।

ଗୋପନେ ଗୋପନେ ସବୁ ଲେଖିଦିଅ

ବାକି ରହିଯାଏ କଥା

ମାନ, ଅଭିମାନ କେବେ ବି ସରେନା

ସରେ କାଗଜର ପୃଷ୍ଠା।୨।

କେବେ ଭିଜିଥାଏ କାଗଜର ପୃଷ୍ଠା

ହୁଏନା ତାକୁ ତ ପଢି

ସବୁ ବୁଝିହୁଏ କିଛି ବି ନପଢ଼ି

ତୁମ ବିନା କଟେ ରାତି।୩।

ଲେଖିବି ଲେଖିବି କ'ଣ ଲେଖିବି

କଟିଯାଏ ଅଧାରାତି

ଲେଖିବା ବେଳକୁ ସବୁ ଭୁଲିଯାଏ

ମନେମନେ ହୁଏ ଖୋଜି।୪।

ଦଶ ଥର ଲେଖି ଦଶ ଥର ଚିରେ

କ'ଣ ଲେଖିବି ଆଗ

ତୁମେ ଲେଖିବି ବିନା ତୁ ଲେଖିବି

ଛନ୍ଦି ହୋଇଯାଏ ମନ।୫।

ସୁଖ ଲେଖିବି ନା ଦୁଃଖକୁ ଲେଖିବି

କେମିତି ବୁଝିବ ତୁମେ

ସବୁ ଲେଖିଦେଲେ କଥା ସରିଯିବ

ଛାତି ଭିତରଟା କାନ୍ଦେ।୬।

ଲୁଚେଇ ଲୁଚେଇ ଦଶ ଥର ପଢେ

ଶହେ ଥର ତାକୁ ଛୁଏଁ

ହୃଦୟ ଭିତରେ ରଖିଦେଇ ତାକୁ

ମନେ ମନେ ଖାଲି ଝୁରେ।୭।

ବହି ଖାତା ସବୁ ସମ୍ପଦର ସଖା

ଚିଠି ଦିଆ ନିଆ ପ୍ରେମ

ମୋବାଇଲ କିବା ବୁଝେସେ ବେଦନା

ଅପେକ୍ଷାରେ ଥାଏ ସ୍ୱାଦ।୮।

ବେଳ ହୋଇଗଲେ ଛନଛନ ମନ

ଆଖି ଖୋଜୁଥାଏ ତାକୁ

ଚିଠି ନ ଆସିଲେ ସବୁଲାଗେ ଖଟା

ଭାତ ହୋଇଯାଏ ଜାଉ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance