STORYMIRROR

Ashok Moharana

Inspirational Children

2  

Ashok Moharana

Inspirational Children

ପ୍ରେରଣା

ପ୍ରେରଣା

1 min
123

ମାଆ ବସିଥିଲେ ରୋଷେଇ ଘରେ

କାଟୁଥିଲେ ଶାଗ ସାରୁ ସାଙ୍ଗରେ।।

କୁନା ପଚାରିଲା ମାଆ ଲୋ ମାଆ

ଗପ କହିଦେବୁ ନୂଆକୁ ନୂଆ।।

ରୋଷେଇ ସହିତ କରିଲେ ଗପ

କୁନା ଶୁଣି ଶୁଣି ବୁଝିଲା ସତ।।

ବଡ଼ ହୋଇ ଦିନେ ମଣିଷ ହେବୁ

ଦେଶ ସେବା ପାଇଁ ଜୀବନ ଦେବୁ।।

ଡରିବୁ ନାହିଁ ତ ଶତ୍ରୁ ସମ୍ମୁଖେ

ନଇଁବୁନି ମଥା ପ୍ରାଣ ଆତଙ୍କେ।।

ବାଜି ରାଉତ ସେ ଛୋଟ ପିଲାଟି

ଦେଶ ଜାତି ପାଇଁ ରଖିଲା କୀର୍ତ୍ତି।।

ନାଆ ନେଲା ନାହିଁ ନଦୀ ଘାଟକୁ

ଡରିଲା ନାହିଁ ଇଂରାଜୀ ସେନାଙ୍କୁ।।

ଫୁଟିଲା ବନ୍ଧୁକ ବାଜିଲା ଗୁଳି

ବ୍ରାହ୍ମଣୀ କୂଳରେ ପଡ଼ିଲା ଟଳି।।

ଜଳିଲା ଚିତା ତା କଟକ ମୂଲେ

ରଖିଲା ନାଆଁ ଟି ଯୁଗ ଯୁଗରେ।।

ଆଜି ବି ଅମର ବାଜି ରାଉତ

ରଖିଛି ଦେଶ ଜାତିର ଟେକ। 

ମାଆ କଥା ଶୁଣି କୁନା କରେ ଶପଥ

ବଡ଼ ହେଲେ ଦିନେ ହେବ ସୈନିକ।।

ଦେଶ ସେବାକରି ଜୀବନ ଦେଵ

ସୁରକ୍ଷା ପାଇଁକି ନିଶ୍ଚେ ଲଢ଼ିବ।।

ନଇଁବନି ମଥା ଶତ୍ରୁ ସମ୍ମୁଖେ

ଦେଶମାତୃକାର ସେବାଟି ଆଗେ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational