STORYMIRROR

Ashok Moharana

Abstract Inspirational Others

3  

Ashok Moharana

Abstract Inspirational Others

ନଦୀରେ

ନଦୀରେ

1 min
250

ପଛକୁ !

ଫେରି ଚାହିଁବାର ଇଚ୍ଛା ନାହିଁ ବୋଲି

ତୋ ନାଆଁ ଟି ନଈ।

ଏକ କଣ ଜୀବନୀ ବାର୍ତ୍ତା

ନା ଜୀବନ ବାର୍ତ୍ତାର ସମ୍ବୋଧନ।।

ଯିଏ ପଛକୁ ଚାହିଁଛି ସେ ହରାଇଛି ସମ୍ଭାବନା।

ଆଗକୁ ଯେ ବଢ଼ିଛ ସେ ଦେଖିଛି ନୂତନ ସୂର୍ଯ୍ୟୋଦୟ।

ଏ କଣ ଜୀବନ ବାର୍ତ୍ତା !!!

ଦେଖ ଥରେ ଆଜି ବି 

ଶୈଳ ଶିଖରୀ ଖୋଜୁଛି ତୋତେ।

ଦେଖ ପଛକୁ ଦେଖ 

ଦେଖ ତୋ ଅତୀତକୁ !

ଏବେ ବି !

ସେ ପାଦ ଚିହ୍ନ ଖୋଜୁଛି ତୋ ସ୍ମୃତିକୁ।

ଯିଏ ଅତୀତକୁ ଭୁଲି ଯାଇଛି

ସେ ସ୍ୱାର୍ଥପର ହୋଇଛି।

ରେ ନଦୀ!

ଏକ ବିଶାଳ ହୃଦୟ ତୋରକହ କେମିତି .

ନା ତୋର ଅଛି

ଜାତି ଅଜାତୀ

ନା ଛୁଆଁ ଅଛୁଆଁ

ନା ଉଚିଷ୍ଟ 

ତୃଷାର୍ତର ଜୀବନୀ ତୁ

ମୃତ୍ତିକା ର ଜୀବନ

ତଥାପି ସ୍ୱାର୍ଥପର !

ସମୁଦ୍ରରେ ଲୀନ ହେବାକୁ ତୋର ଇଚ୍ଛା ତ

ଭୁଲି ଗଲୁ ତୋ ଅତୀତ

ଟୋପା ଟୋପା ବର୍ଷାରେ ତୋ ଯୌବନ

ପ୍ରସ୍ତର ଭିତରୁ ତୋ ଜନ୍ମ।

ପବିତ୍ରତାର ପୂର୍ଣ୍ଣତା ତୋ ଭିତରେ

ପ୍ରେମର ସତ୍ତା ବି ତୋ ବକ୍ଷରେ

ନା ଅଛି ମାନ

ନା ଅଭିମାନ

ସେମିତି ନୀର୍ଲିପ୍ତ ତୋ ଚରିତ୍ର।।

ଦେ ଶିଖେଇ ଦେ

ଏ ମଣିଷ ଜାତିକୁ

ସବୁକିଛି ଅକୀଞ୍ଚନ

ଅଳିକ କ୍ଷଣଭଙ୍ଗୁର

ମିଛ ମାୟା ର ସଂସାର

ନଦୀ ଭଳି ଭୁଲି ଯାଆ ସେ ଅତୀତ

ଲୀନ ହୋଇ ଯା ସେ ଦିବ୍ୟ ସତ୍ତାରେ

ଯେମିତି ନଦୀ ଲୀନ ସମୁଦ୍ର ବକ୍ଷରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract