STORYMIRROR

Ashok Moharana

Children Stories Children

3  

Ashok Moharana

Children Stories Children

କଳଙ୍କ

କଳଙ୍କ

1 min
201


ଆ ଜହ୍ନ ମାମୁଁଁ ଶରଦ ଶଶୀ

ମୋ କୁନା ହାତରେ ପଡରେ ଖସି।।

କୁନା ଶୋଇଥିଲା ମାଆ କୋଳରେ

ଦେଖୁଥିଲା ଜହ୍ନ ଚାହିଁ ଉପରେ।।

ପଚାରିଲା ମାଆ ଦେଵ ଉତ୍ତର

ଜହ୍ନ ମାମୁଁ ଦେହେ ଏ କଳା ଚିହ୍ନ।।

ଠେକୁଆ ଭଳି ତ ଦିଶଇ ସେହି

କହିଦିଅ ମାଆ ମୋତେ ବୁଝାଇ।।

ଜହ୍ନ ମାମୁଁ ଦେହେ କଳା କଳଙ୍କ

ଛାଇ ଭଳି ଦିଶେ ସୁନ୍ଦର ଦେହ।।

ଚରିତ୍ର ଗଠନ ସବୁଠୁ ବଡ଼

ପାଠ ଶାଠ ପଢି ମଣିଷ ହେବ।।

ମଣିଷ ପଣିଆ ଥିଲେ ପାଖରେ

ଗୁରୁଗୁରୁଜନ କରେ ଆଦରେ।।

ପାଠ ଶାଠ ନୁହେଁ ସବୁଠୁ ବଡ଼

ଚରିତ୍ର ନଥିଲେ ସବୁ ଅସାର।।

ଉତ୍ତମ ଚରିତ୍ର ମାନବ ସେବା

ଗୁରୁ ଗୁରୁଜନେ କରିବ ପୁଜା

 ଦୁଃଖୀ ଦରିଦ୍ରଙ୍କ ସେବା କରିବ

ଜୀବନ ସାର୍ଥକ ତେବେ ହୋଇବ।।

ଚରିତ୍ରରେ ଯେବେ ଲାଗେ କଳଙ୍କ

ଲୋକ ଛି ଛି କହି ଟେକନ୍ତି ନାକ।।

ଜହ୍ନ ମାମୁଁ ଭଳି ଦାଗ ରହିବ

ସମସ୍ତଙ୍କ ଠାରୁ ଗାଳି ଶୁଣିବ।।

ସବୁରୀ ମନକୁ ଜିଣିବା ପାଇଁ

ଚରିତ୍ରରେ ଦାଗ ଲଗାଅ ନାହିଁ।।

କୁନା ବୁଝିଗଲା ମାଆଙ୍କ କଥା

ସୁନା ପିଲା ହେବ ନିଶ୍ଚେ କହିଲା।।


Rate this content
Log in