STORYMIRROR

Ashok Moharana

Children Stories Inspirational Children

3  

Ashok Moharana

Children Stories Inspirational Children

ଶେଷ ନିଷ୍ପତ୍ତି

ଶେଷ ନିଷ୍ପତ୍ତି

1 min
222

ଝିପିଝିପି ମେଘ ବରଷା ବେଳ

କୁନା ଖେଳୁଥିଲା ପାଣିରେ ଖେଳ।।

ମାଆ ବାପା କଥା ମାନିଲା ନାହିଁ

ତିନ୍ତିଲା ବର୍ଷାରେ ଥେଇକି ଥେଇ।।

ରାତି ହେଲାଯେବେ ଆସିଲା ଜର

କୁନା କାନ୍ଦୁଥିଲା ଝରାଇ ଲୁହ।।

ମାଆ ଲଗାଇଲେ ସୋରିଷ ତେଲ

ଔଷଧ ଖୁଆଇ କରିଲେ ଗେଲ।।

ବାପା ମାଆ କଥା ଯିଏ ନ ମାନେ

ଏପରି କଷଣ ଭୋଗେ ଟି ସିଏ।।

କୁନା ବୁଝିଗଲା ମାଆ ର କଥା

କଥା ନ ମାନି ସେ ଭୋଗୁଛି ଦଶା।।

ଆଉ ଦିନେ ଭୁଲ କରିବ ନାହିଁ

ମାଆ ବାପା କଥା ମାନିବ ସେହି।।

କରିଲା ନିଜର ଶେଷ ନିଷ୍ପତ୍ତି

ମାଆ ବାପା କଥା ମାନିବ ନୀତି।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍