STORYMIRROR

Ashok Moharana

Comedy Children

3  

Ashok Moharana

Comedy Children

କୁନା ହେଲା ଭାରି ଖୁସି

କୁନା ହେଲା ଭାରି ଖୁସି

1 min
200

କରୋନା ଆସିଲା ଚୀନ ଦେଶରୁ

ବଢିଲା ଦେଶର ଦୁଃଖ,

ପାଠଶାଳା ସବୁ ତାଲା ତ ପଡିଲା

ପିଲାଏ ହେଲେ ଚିନ୍ତିତ।୧।

ଘରେ ବସି ବସି କି ପାଠ ପଢିବ

ଅନଲାଇନ ପାଠ ମିଛ,

କାଗଜ କଲମ କଳାପଟା ବିନା

ବୁଝିକି ହେବ ଗଣିତ।୨।

କରୋନା ଭୟରେ କୁନା ଘରେ ବନ୍ଦୀ

ବହାରକୁ ଯିବା ମନା,

ଘର ଭିତରେ ଟା ଖେଳ ପଡ଼ିଆତ

ନୀତି ହୁଏ ହାଲା ପଟା।୩।

ଝରକା ପାଖରେ କୁନା ବସିବସି

ଘର ଚଟିଆକୁ ଦେଖେ,

ଖୁଦ କଣିକା କୁ ଝରକା ପାଖରେ

ଥୋଇଦେଇ ଦୁରୁ ଦେଖେ।୪।

କୁନି କୁନି ଥଂଟେ ଖୁଣ୍ଟି ଖାଉଥାଏ

ଛୋଟ ଛୋଟ ଟିକି ଖୁଦ,

ସବୁଦିନ ଆସେ ଘରଚଟିଆ ଟି

କିଚିରି ମିଚିରି ରାବେ।୫।

କୁନା ଥୋଇଦେଲେ ଖୁଦ କଣିକା କୁ

ଖୁସିରେ ତ ଖୁମ୍ପୁଥାଏ।

ବନ୍ଧୁ ହୋଇଛନ୍ତି ଦୁଇ ଜଣ ଏବେ

କୁନା ନୀତି ଖୁସି ରୁହେ।୬।

ଘରଟେ କରିଲା ଘରଚଟିଆ ର

ମାଠିଆରେ କଣା କରି,

ଝୁଲାଇଦେଲାସେ ଝରକା ପାଖରେ

କୁଟା ଖୁଦ ଦେଲା ଥୋଇ।୭।

ଘରଚଟିଆ ଟି ରହିଲା ଖୁସିରେ

ଗୋଟିଏରୁ ହେଲେ ଦୁଇ

କିଚିରି ମିଚିରି ଶବଦେ ପୁରିଲା

କୁନା ମନ ହେଲା ଖୁସି।୮।

କୁନି କୁନି ପିଲା ଘରକୁ ଆସିଲେ

ବାପାଙ୍କୁ ଦେଲା ଦେଖାଇ

ବୋଉ ଖୁସିହେଲେ କୁନାର କାମରେ

ଦୁଷ୍ଟାମୀ ଗଲା ତ ଛାଡି।୯।

ଘରଚଟିଆ ଟି ବିଲୁପ୍ତ ହେଉଛି

ଚାଳ ଘର ଆଉ ନାହିଁ

ଘରେ ଘରେ କର ମାଠିଆରେଘର

ସୁରକ୍ଷିତ ହେଉ ପକ୍ଷୀ।୧୦।

କୁନା ଘରେ ଏବେ ପକ୍ଷୀଙ୍କ ଆସର

କୁନାର ତ ପ୍ରିୟ ସାଥି

ସକାଳ ପାହିଲେ ରାବୁଥାନ୍ତି ନିତି

କୁନା ସାଥେ ଖେଳୁଥାନ୍ତି।୧୧।

ଏଭଳି କାମକୁ କରିଲେ ପ୍ରସଂଶା

ବାଃ ବାଃ ନେଲା କୁନା,

କରୋନା ଦେଇଛି ନୂଆ ଟିକି ରାହା

ଘରେ ରହି କରେ ସେବା୧୨।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy