ଅନଲାଇନ ଶିକ୍ଷା
ଅନଲାଇନ ଶିକ୍ଷା
କୁନା କାନ୍ଦୁଥିଲା ରାହାଟି ଧରି
ଇସ୍କୁଲ ଯିବ ସେ ବ୍ୟାଗ ଧରି।।
ମାଆ ବୁଝେଇଲେ ବୁଝେନା ଜମା
ପଢିବ ପାଠ ସେ ନକରି ହେଳା।।
କରୋନା ପାଇଁକି ଇସ୍କୁଲ ନାହିଁ
ମୋବାଇଲରେ ପାଠ ପଢ଼ିବୁ ତୁହି।।
ବାପା ଆଣିଦେଲେ ମୋବାଇଲଟି
କୁନା ଖୁସି ହୋଇ ପଡ଼ିଲା ଡେଇଁ।।
ଦିଦି ପାଠ ଦେଲେ ଥରକୁ ଥର
କୁନା ଲେଖି ନେଇ ଦିଏ ଉତ୍ତର।।
ସବୁ ପାଠ ଆସେ ମୋବାଇଲରେ
ନୀତି ପଢୁଥାଏ ଅନ ଲାଇନିରେ।।
ଗୋଟେ ବଟମରେ ବାଜିଲା ହାତ
ଫୋନ ଲାଗିଲା ତ ଦୁଦୁରକୋଟ।।
କିଏ କିଏ ବୋଲି ଡ଼ାକ ଛାଡିଲେ
ଥାନା ବାବୁ ବୋଲି ଉତ୍ତର ଦେଲେ।।
କୁନା ଡରିଗଲା ଉତ୍ତର ଶୁଣି
ମୋବାଇଲ ନୁହେଁ ଖୁସିର ମୁଣି।।
ଲଗାଇ ଫୋନ ଅଜାଙ୍କୁ ଡାକେ
ଆଈ ସଙ୍ଗେ କଥା ହୁଏଟି କେବେ।।
ନଟିଆ କମେଡି ନିଇତି ଦେଖେ
ଗୀତ ଗପ ଶୁଣି କଥାଟି ଶିଖେ।।
ମୋବାଇଲ ଗୋଟେ ଜ୍ଞାନର ଘର
ଚଳାଇ ଜାଣିଲେ ଭାରି ନିଜର।।
ସବୁ ପାଠ ଅଛି ଟିକି ଯନ୍ତ୍ରରେ
ଯିଏ ଯେମିତି ତାକୁ ପଚାରେ।।
ଶିକ୍ଷକ ବୁଝାନ୍ତି ଥରକୁ ଥର
ପାଠ ପଢି ଭଲ ମଣିଷ ହୁଅ।।
ମୋବାଇଲ ନୁହେଁ ଗୋଟେ ଖେଳଣା
ଦେଶ ବିଦେଶର କଥା ଟି ଜଣା।।
ଅମାପ ଜ୍ଞାନର ଅଟେ ଭଣ୍ଡାର
ଶିକ୍ଷକ ଭଳି ସେ କରଇ କାମ।।