STORYMIRROR

Ashok Moharana

Tragedy Classics Inspirational

3  

Ashok Moharana

Tragedy Classics Inspirational

ଅକ୍ଷୟ ପାତ୍ର

ଅକ୍ଷୟ ପାତ୍ର

1 min
187

ଅକ୍ଷୟ ହେଉ ପୁଣ୍ୟ ଜଗତ ଧର୍ମର ହେଉ ଜୟ

ଏହି ଗୀତି ଗାଏ ମହାଭାରତ ଯୁଗେ ଯୁଗେ ନାହିଁ କ୍ଷୟ।୧।

ଦୁଃଶାସନର ଗର୍ଵ ରହେନା ରହେ ନାହିଁ ଅହଙ୍କାର

ଚୂର୍ଣ୍ଣ ସବୁ ଗର୍ଵ ଏଠି ଏହି ପୁଣ୍ୟ ମହାଭାରତ।୨।

ଅଧର୍ମର କେବେ ଜୟ ହୁଏନା ହୁଅନା ସେ କୀର୍ତ୍ତିମାନ

କୌରବ ପାଣ୍ଡବ ଭାଈ ଭାଈ ମଧ୍ୟେ ଶକୁନିଟି ସୂତ୍ରଧର।୩।

ବିନାଶ ପାଇଁକି ରଚନା କରିଲେ ଏକ ଗୂଢ ସୂତ୍ର

ଦୁର୍ବସା ଋଷିଙ୍କୁ ପ୍ରେରଣ କରିଲେ ହେବେ ସେ ଅତିଥି ପରା।୪।

ଦଶ ହଜାର ଶିଷ୍ୟ ଭୋଜନ କରିବେ ତ୍ୱରିତେ ଦେଲେ ଖବର

ଧର୍ମରାଜ ଖୁସି ଅସିବେ ଦୁର୍ବସା ହେବ ଅତିଥି ସତ୍କାର।୫।

ଅକ୍ଷୟ ପାତ୍ରକୁ ଧୋଇ ଦେଇଥିଲେ ଆଉ ମିଳିବନି ଅନ୍ନ

ପାଞ୍ଚାଳୀ କହିଲେ କି ହେବ ଏବେ କୁହ ତୁମେ ଆର୍ଯ୍ୟ ପୁତ୍ର।୬।

କୋପାନଳେ ନିଶ୍ଚ ଧ୍ବଂସ ହେବ ଦୁର୍ବସାଙ୍କ ଅଭିଶାପ

ହାତ ଟେକିଦେଲେ ଯଜ୍ଞସେନୀ ତ ଶୁଭିଲା ସଖାଙ୍କ ଡ଼ାକ।୭।

ଭୋକ ଭୋକ ହୋଇ କୃଷ୍ଣ ପଶିଲେ ପାକଶାଳା ଭିତରେ

ଶୁଷ୍କ ବଦନେ ମଳିନ ପଡିଛି ପଂଚାଳି ମନରେ ଭାବେ।୮।

କିଛି ନାହିଁ ସଖା କି ଦେବୀ ତୁମକୁ କେମିତି କରିବି ସେବା

ଦୁର୍ବସାଙ୍କ ସହ ଶିଷ୍ୟ ଆସୁଛନ୍ତି ଉଡ଼ିଯାଏ ମୋର ହଂସା।୯।

ସ୍ମିତହାସ୍ୟ ପ୍ରଭୁ ଖେଳାଇ ଓଠରେ ଆତୁରେ ମାଗନ୍ତି ଖାଦ୍ୟ

ଭୋ ଭୋ କରି ଦ୍ରୌପଦୀ କାନ୍ଦନ୍ତି କିଏ କରିବି ଏବେ କୁହ।୧୦।

ସହାସ୍ୟ ବଦନେ ଅକ୍ଷୟ ପାତ୍ରକୁ ହାତରେ ପରଖି ନେଲେ

ଶାକ କଣିକା ଟି ହାଣ୍ଡିରେ ଥିଲେଟି ପ୍ରଭୁ ଆହରଣ କଲେ।୧୧।

ପୁରିଗଲା ପେଟ ଖୁସିରେ କହିଲେ ଆଉଁସିଲେ ତାଙ୍କ ପେଟ

ହାକୁଟି ମାରିଣ ବାହାରେ ବସିଲେ ଖେଳାଇଲେ ମୃଦୁ ହସ।୧୨।

ଗଙ୍ଗା ନଦୀ ତଟୁ ଆସିଲା ଖବର ଦୁର୍ବସା ଗଲେଣି ଚାଲି

ପୁରିଗଲା ପେଟେ ହାକୁଟି ମାରିଣ ଆନନ୍ଦେ ଗଲେ ବାହୁଡ଼ି।୧୩।

କୃଷ୍ଣଙ୍କର ମାୟା କିଏ ବା ବୁଝିବା ସଖୀ ଜଣେ ସଖା କଥା

ଛଳ ଛଳ ଆଖି ସବୁଜାଣିପାରି ଏଇ ତ ସହ ଭରସା।୧୪।

ତାଙ୍କ ପାଦ ପଦ୍ମେ ଲଗାଇଲେ ମନ ମୁକତି ମିଳିବ ନିଶ୍ଚେ

ହାତ ଟେକି ଦେଲେ ତାଙ୍କରି ଚରଣେ ପାପ ତାପ ସବୁ ହରେ।୧୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy