ତମେ ଆଜିବି ଆସ
ତମେ ଆଜିବି ଆସ
ବିତିଯାଇଥିବା ଅତୀତ ଏବେବି
ମୋ ପିଛା ଛାଡେନି......
ଭୁଲିବାର ସତ ଚେଷ୍ଟା ଆଜି ବିଫଳ
ଅତୀତକୁ ଭୁଲିବାକୁ ହେଲେ
ନିଜକୁ ଭୁଲିବାକୁ ପଡିବ ।
କେତେ ଯେ ମିଠା ସ୍ମୃତିର ତଣ୍ଟି ଚିପି
ମତେ ହିଁ ସେ ସବୁକୁ ସମାଧି ଦେବାକୁ ହେବ !!
ତେଣୁ ମୁଁ ଭଲପାଇଲି ଅତୀତକୁ ନେଇ ବଞ୍ଚିବାକୁ
ହଁ କିଛି ପ୍ରତାରଣା ଆଉ ପ୍ରେରଣା ନେଇ
ଆରମ୍ଭ କଲି ମୋ ସ୍ୱପ୍ନର ମହଲର ବେସ୍ ତିଆରି ରେ।
ଆଜି ଲୁହ ନାହିଁ ଆଖିରେ
ଯନ୍ତ୍ରଣା ସବୁକୁ ସାଉଁଟି ଧରି ବଞ୍ଚିବା ଶିଖିଲି ମୁଁ
ସମାଜ ସମୟ ଏ ସମ୍ପର୍କର ବିରୋଧୀ ଥିଲା
ସେଥିପାଇଁ ତ ନୀରବୀ ଯାଇଥିଲା ଏ କଣ୍ଠ ସ୍ୱର
ରାସ୍ତା ଆଜି ଅଲଗା ଅତୀତ ଆଜି ନିସ୍ତେଜ
ଭବିଷ୍ୟତ କିଏ ବା ଦେଖିଛି ?
ଆଜି ସାଥି ତମେ ବହିଯାଅ ହୃଦୟରେ
ରକ୍ତର ନଦୀ ହେଇ.......
ନିଶ୍ୱାସ ର ଶେଷ ଭାଗ ଯାଏ ।
ଆଜିବି ସ୍ପନ୍ଦିତ ହୁଅ ଏଇ ସ୍ପନ୍ଦନରେ
ଜୀବନର ଚରମ ପର୍ଯ୍ୟାୟରେ ........ ।
କ୍ଷୁଦ୍ର ଚଟାଣର ସବୁଜ ଶୈବାଳ ତୁମେ
ଗ୍ରୀଷ୍ମ ଆସିଲେ ନିସ୍ତେଜ ହୁଅ ସତ
ଉପସ୍ଥିତି କିନ୍ତୁ ଜାହିର କର।
ଶ୍ରାବଣର ସେଇ ଶୀତଳ ବାରିଧାରା ତମେ
ହେଲେ ଶୀତଳା ନଦେଇ........
ସ୍ପର୍ଶେ ଜଳାଅ ମତେ !!!
ଅସ୍ତରାଗ ସୂରୁଜର ସୂନେଲି ଆଭା ତୁମେ
ମୁଁ ତୁମ ପୁନଃ ଆଗମନ ପାଇଁ ପ୍ରତିକ୍ଷିତ ଉଷା।
ତୁମ ପାଇଁ ଆଜିବି ପ୍ରତୀକ୍ଷା ମୋର।
ତୁମେ ଜଳନ୍ତା ଦୀପ, ମୁଁ ସଳିତା
ତମେ ଜଳିବାକୁ ତୀବ୍ର
ଅନ୍ଧକାର ଦୂରୀଭୂତ ପାଇଁ
ହେଲେ ମୁଁ ଜ୍ୱଳନରେ ଇତସ୍ତତଃ।
ଆଜିବି ତୁମେ ଆସ
ପ୍ରତୀକ୍ଷିତ ଅପରାହ୍ଣରେ
ହୃଦୟର ଦରବାଜା ଖୋଲି
ନିଜର ବୋଲି ପରିଚୟ ଦେଇ
ପୁଣି ଥରେ ଏକା କରି ଦେଇଯାଅ।
ମୁଁ ସେଇ ଅଚଳ ପାହାଡ଼, ତୁମେ ମେଘ
ତମେ ଆଜିବି ଆସ .......
ପିଟିହେଇ କ୍ଷତାକ୍ତ ହେବାକୁ
ଅଥବା ମୋତେ ମନେପକେଇ ଦେବାକୁ
ମୁଁ ତୁମର ବୋଲି ହକ୍ ଜତାଇବାକୁ।