STORYMIRROR

Barsha Swain

Action

4  

Barsha Swain

Action

ଶେଷ ଶ୍ରାବଣ

ଶେଷ ଶ୍ରାବଣ

1 min
280


ମୁଁ ଦେଖେ ଧୂମାଳ ଅବିରତ, ଅବିଶ୍ରାନ୍ତ 

ଅହରହ ଗର୍ଜନରତ ବର୍ଷାର କୋଣ ଦେଇ

ଦୃଷ୍ଟମାନ ପ୍ରାସାଦର ପ୍ରେତରୂପ। 

ଆଲୋକର ଉଜ୍ଜ୍ବଳ ଗତିରେ ଦୁଇଭାଗ 

ଆକାଶର ଶିଖର, ଚାହେଁ ଲକ୍ଷ୍ୟଭ୍ରଷ୍ଟ ହେଇ

 ଅବସାଦ ଗ୍ଲାନି ଆଉ ପରାଜିତ ହୃଦୟ। 

ତୁମେ ଯେ ଫେରିବନି ଜାଣେ ??

ଅପେକ୍ଷାର ଧାର୍ଯ୍ୟ ସମୟ ଶେଷ ....

ସମୟର ଅନ୍ତରାଳେ ଋତୁବଦଳେ

ମୁଁ, ତୁମେ, ସେ ଆଉ ଏ ପରିବେଶ ବି ।

ଯେବେ କେବେ ଏ ଭସା ବାଦଲ

ବରଷି ଉଠେ ଉତ୍ତପ୍ତା ଧରଣୀ ବକ୍ଷରେ

ଖେଳିଯାଏ ଆନନ୍ଦ ଉଲ୍ଲାସ ଏ ମନେ ,

ନବ ପଲ୍ଲବ ପରି କଅଁଳି ଉଠେ 

ମୃତ ଇଛାସବୁ, ଯୌବନ ଲେଉଟି ଆସେ ।

ଭିଜା ଭିଜା ମାଟିର ଗନ୍ଧ ,ସାଧବବୋହୂର 

ସଜ ସଜ ଲାଜ.... ନା ଭୟ ନା ପରିହାସ

ପରିହାର କରେ ,ମୁଁ ଶତାବ୍ଦୀ ଶତାବ୍ଦୀର

ଦୁଃଖ ସବୁକୁ ଉତ୍ତାରି ଦିଏ ମନରୁ ।

ପ୍ରସାରିତ ଦୁଇ ବାହୁ ଲମ୍ବାଇ ଛିଡାହୋଇଥାଏ

ବିସ୍ତୀର୍ଣ୍ଣ ପ୍ରାନ୍ତରର ମଧ୍ୟଭାଗରେ.....

ଶେଷ ଶ୍ରାବଣର ପ୍ରତିଶ୍ରୁତି ଆଉ ଅନୁଭୂତିକୁ 

ଯାବୁଡିଧରି, ଗଦା ଗଦା ଅଭିମାନର ପାହାଡ଼ ଉପରେ। 

ଏଇ ଯେବେ କେବେ ବର୍ଷା ଆସେ

ଲାଗେ ଯେମିତି ଫେରିଆସୁଛ ତମେ,

ଆଉ ସେ ଶେଷ ଶ୍ରାବଣ ବି !!

 ଏ ଅଦିନିଆ ଅମାନିଆ କୁଆଛୁଆ ବର୍ଷା ବି

ଏମିତି ଅନର୍ଗଳ ବର୍ଷେ ,

 ସେଇ ଅଲିଭା ସ୍ମୃତି ସବୁଆଜି

ଏ ହୃଦୟେ ଶେଷ ଶ୍ରାବଣ ହେଇ ଝରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action