ବସନ୍ତର ପହିଲି ସକାଳ
ବସନ୍ତର ପହିଲି ସକାଳ
ମୁଁ ଦୃଷ୍ଟିନିକ୍ଷେପ କରେ ଦୂର ଦିଗ୍ ବଳୟକୁ
ନିରୀକ୍ଷଣ କରେ ତାର ଶାନ୍ତ ବାତାବରଣକୁ,
ଦଳ ଦଳ ହୋଇ ଧାଡିବାନ୍ଧି ଯାଉଥିବା ବିହଙ୍ଗମାନଙ୍କୁ
ଧଳା ଚାଦର ସଦୃଶ ଚଲା ବାଦଲସବୁକୁ ।
ନିର୍ମଳ ଆକାଶ ଦେଶେ ଉଜ୍ଜ୍ୱଳ ଆଲୋକ ଧାରା
ଫଗୁଣ ମାସର ଏଇ କେଇ ମୁହୂର୍ତ୍ତ....... ,
ମନ୍ଦମଳୟର ସ୍ପର୍ଶ କିଛି ଅନୁଭୂତି ଜନ୍ମାଏ
ଖଟା ମିଠା ସ୍ମୃତିର ଢେଉରେ ।
ଭାବୁଥାଏ ଏଇ ମନ କିଛିକ୍ଷଣ
ଦୂର ପାହାଡ଼ ଶିଖରକୁ ଦେଖି,
ଦିଗନ୍ତ ବିସ୍ତାରିତ ସବୁଜିମାକକୁ ଆକଳି,
ଶୁଣୁଥାଏ ମଧୁରିମାଭରା କାକଳି।
ବିସ୍ମିତ ପଲକେ ନାଚି ଉଠେ
ଆମ୍ବ ,ମହୁଲ ଭରା ଡାଳ...... ,
ଆଖି ଝଲକାଇ ମନେ ତୃପ୍ତି ଦିଏ
ବସନ୍ତର ପହିଲି ସକାଳ।
✍️
