STORYMIRROR

Barsha Swain

Romance Action

3  

Barsha Swain

Romance Action

ଭିଜେଇବାକୁ ଚାହେଁ

ଭିଜେଇବାକୁ ଚାହେଁ

1 min
174


ମୁଁ ବି ଝରିଯିବାକୁ ଇଛା କରେ

ଅଦିନିଆ ବର୍ଷାଟେ ପରି,

ଧୋଇଦେଇ ଧରାର ଆସ୍ତର ଧୂଳି

ତୋଳିବାକୁ ଚାହେଁ ସବୁଜିମା କଳି ।


ଉଷ୍ମତାରେ ଅତିଷ୍ଠ ପୃଥିବୀ ବକ୍ଷରୁ

ଦୂରୀଭୂତ କରିବାକୁ ଚାହେଁ କଷ୍ଟ ତାର

ଆଉ ଠିକଣା ହଜେଇଥିବା ଏଇ ସମ୍ପର୍କକୁ

ଦେବା ପାଇଁ ଚାହେଁ ନୂଆ ପରିଚୟ ।


ଝିପି ଝିପି ବର୍ଷା ଟୋପାରେ 

ସାରା ସହରକୁ ଭିଜେଇ ,

କେଉଁ ଏକ ଅଜଣା ଗଳିରେ

ହଜିଯିବାକୁ ଚାହେଁ ମୁଁ

ମୌସୁମୀର ପ୍ରସ୍ତାନ ପୂର୍ବରୁ 

ତୁମକୁ ତାର ପ୍ରତିଟି ବର୍ଷାର

ପ୍ରଥମ ବୁନ୍ଦାରେ ଭିଜେଇବାକୁ ଚାହେଁ। 



Rate this content
Log in

Similar oriya poem from Romance