STORYMIRROR

Barsha Swain

Classics

4  

Barsha Swain

Classics

ଦେବଦାସୀ

ଦେବଦାସୀ

1 min
244

    

ନାଁ ମୁଁ ମୀରା ହେଇପାରିଲି

ନାଁ ତୁମ ପ୍ରାଣପ୍ରିୟା ରାଧା !!

ନାଁ ମୁଁ ଗୋପବାଳା ସାଜି 

ତୁମ ବଂଶୀ ଧୂନ୍ ରେ ନିଜକୁ ହଜେଇପାରିଲି,

ନାଁ ରୁକ୍ମୁଣୀ ସାଜି ନାଇପାରିଲି

ମଥାରେ ତୁମ ନାଁର ସିନ୍ଦୂର !!

ତଥାପି ଚାହିଁଲି ଆହୁରି ଚାହିଁଲି

ନିଜ ଅସ୍ତିତ୍ୱର ବଳିଦାନ ଦେଇ.....

ଆଜି ପରିଚୟ ମାଗେ ଏ ଦୁନିଆଁ

ତୁମ ପ୍ରେମେ ତ ସାରା ଜଗତ ବନ୍ଧା 

ମୋ ପାଇଁ କଣ ପରିଚୟ ଜରୁରୀ କି ??

ସୁହାଗିନୀର ପରିଚୟ ତ ଦେଇ ପାରିବିନି

ସେଥିପାଇଁ ଲୋଡା ଦୁଇପଟ ଶଙ୍ଖା ଓ ଟୋପାଏ ସିନ୍ଦୂର 

ହେ ପ୍ରାଣନାଥ କଳାକାହ୍ନୁ 

ଦେବଦାସୀର ପରିଚୟ ହିଁ ମୋ ପାଇଁ ସାର। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics