STORYMIRROR

Aparti Charan Sethi

Tragedy

4  

Aparti Charan Sethi

Tragedy

ସନ୍ଦେହ

ସନ୍ଦେହ

1 min
316

ସନ୍ଦେହ ଏମିତି ସାଂଘାତିକ ବ୍ଯାଧି

   ସବୁଠାରୁ ମାରାତ୍ମକ,

କରୋନାଠୁଁ ବଳି ଭୟଙ୍କର ରୂପେ

   ହୋଇଥାଏ ସଂକ୍ରମିତ।


ସନ୍ଦେହୀ ଆଖିର କଳା ଚଷମାରେ

    ବିଶ୍ଵାସଟା ଦିଶେ ବିଷ,

ସନ୍ଦେହୀ ମନର ଖଳ ଭାବନାରେ

    ଓଠୁଁ ଲିଭିଯାଏ ହସ।


ସନ୍ଦେହରେ ଭରା ସନ୍ଦେହୀ ଦୁନିଆଁ

     ଚାରିଆଡେ ମାୟା ଜାଲ,

ସନ୍ଦେହ ଘେରରେ ଛଟପଟ ହୋଇ

    ପ୍ରାଣୀ ହୁଏ କଲବଲ।


ସଜମାଛ‌ରେ ତ ପୋକ ପଡେ ଏଠି

     ଭଲ ହୋଇଯାଏ ଭେଲ‌,

ସନ୍ଦେହରୁ ଜନ୍ମେ ମାନ ଅଭିମାନ

    ସନ୍ଦେହ ପାଲଟେ କାଳ।


ଘରେ ଘରେ ଆଜି ସନ୍ଦେହ ଖେଳୁଛି

     ପ୍ରତି ଦୃଷ୍ଟି ଅନ୍ତରାଳେ,

ସ୍ତ୍ରୀ କରେ ଯଦି ସ୍ଵାମୀଙ୍କୁ ସନ୍ଦେହ

     ସ୍ଵାମୀ କିବା ବାଦ୍ ପଡେ ।


ଏହି କାରଣରୁ ପ୍ରେମରେ ଫାଠକ

     ସବୁଦିନେ ପଡ଼ିଯାଏ,

ବିବାହ ବିଚ୍ଛେଦ ଆତ୍ମହତ୍ୟା ଭଳି

     ଦୃଶ୍ୟମାନ ଦେଖାଯାଏ।


ଭାଇ ଭ‌ଉଣୀଙ୍କୁ ଏକାଠି ଦେଖିଲେ

     କିଏ କେତେ ଭାବିଥାଏ,

ପବିତ୍ର ସମ୍ପର୍କେ କଳା ବୋଳିବାକୁ

     ଏ ଦୁନିଆଁ ଚାହିଁଥାଏ।


ସନ୍ଦେହରେ ପୁଣି ବ୍ୟକ୍ତିବିଶେଷର

     ଦସ୍ତାବିଜ ମିଳିଥାଏ,

କାହାର କେଉଁଠି ଦୋଷଟି ରହିଲା

    କେଉଁ ଭଳି ଲୋକ କିଏ ।


କିଏ ଖାଇଗଲା କିଏ ନେଇଗଲା

    ସନ୍ଦେହ ତ ହୋଇଥାଏ,

କାନ ଶୁଣା କଥା ତୁଣ୍ଡ ବାଇଦରେ

    ବେଶୀ ବାଟ ଶୁଭିଯାଏ।


ଏହି ସନ୍ଦେହଟା ପ୍ରାୟ ସମୟରେ

    ଆତ୍ମୀୟତା ଭାଙ୍ଗି ଦିଏ,

ସୁନାର ସଂସାର ଚୁନା କରିଦିଏ

    ମୁହେଁ ଚୂନ ବୋଳିଦିଏ।


ଆଖିଦେଖାକଥା ବେଳେବେଳେ ଯଦି

    ଭୁଲ୍ ପ୍ରମାଣିତ ହୁଏ,

ସନ୍ଦେହ କରିକି‌ ବିନା ପ୍ରମାଣରେ

     ଦଣ୍ଡିବା‌ ଉଚିତ୍ ନୁହେଁ।


ବେନି ନୟନରେ ଯାହା ନ ଦେଖିଛ

     ମନ୍ତବ୍ୟ ଦେବାଟା ଭୁଲ୍,

ସନ୍ଦେହରେ ଭ୍ରାନ୍ତ ଧାରଣା ନେବାଟା

      ଭଲ ନୁହେଁ ବିଲ୍‌କୁଲ୍।


ତେଣୁ ସନ୍ଦେହରେ ମନ ଭର ନାହିଁ

     ସର୍ବଦା ରଖ ନିର୍ମଳ,

ପର ଉପକାର ଯଦି ବା ନ କର

      ନୀରବ ରହିବା ଭଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy