ପିତା
ପିତା
ନିଶ୍ଚୟ ଆସିବା ଲୁହ ଢ଼ାଳିବା ପାଇଁ
ମଶାଣି ଯିବ ସେ ଯେଉଁ ଦିନ,
ମାଳାଟିଏ ନେଇ ତାହାରି ଗଳାରେ
ଝୁଲାଇବାକୁ ଅଛି ଆମ ମନ ..... l
ଅଭଙ୍ଗା ଭିତରେ ଛାତିକୁ କରି ପଥର
ଆମକୁ ଯିଏ ଗଢ଼ି ତୋଳଇ.,
ଆମ ସୁଖମୟ ଲାଗି ଅନ୍ତର କରିକି
ପାଦରେ ଦେଉ ତାକୁ ଏଡ଼େଇ ..... l
ତାହା କଣ୍ଠସ୍ୱର ବଦଳି ଗଲାଣି
ପଡୁନାହିଁ ଆମ କାନରେ,
ନ ଶୁଣିଲା ପରି ବାହାରି ଯାଉଛୁ
ଡ଼ାକେ ଯଦି ବୋପା ଧନରେ ..... I
ପିଲାଙ୍କ ଖେଳଣା କିଣି ଆଣିବାକୁ
କେତେ ଧନ ସାରି ଦେଉଛୁ,
ବୁଢ଼ା ପିତାର ଓଷଦ କଥାଟା
କେମିତି ଆମେ ଭୁଲି ଯାଇଛୁ ..... l
ଏଇ ଜଗତକୁ ପରିଚୟ ଦେଇ
କାନ୍ଧେଇ ନେଇଛି ଚିକିତ୍ସାଳୟ,
ଦଡ଼ମଡି଼ ହାତେ ଠିଆ ହୋଇ
ଆମକୁ ପଠେଇଛି ବିଦ୍ୟାଳୟ ..... l
ସେ ପୂରଣ କରି ପାରିଲା ନାହିଁ
ଆମ ସବୁ ନିଜ ଇଚ୍ଛା.,
ତଥାପି ଅଳି ଅର୍ଦ୍ଦଳି ସହିଲା କାହିଁ
ଯେତେ ଅପନିନ୍ଦା ତୁଚ୍ଛା ..... I
ତେବେ ଦାନା ଦେଇ ପାରିଲା
ପେଟ ଆମ କରୁଥିଲା ନାଟ.,
ଶତ୍ରୁ ସାଥେ ଯେବେ ହେଉଥିଲା
ବହୁଥର ତାହାଙ୍କ ଭେଟ ..... I
ତାହାର ଆଙ୍ଗୁଠି ଧରି ଆମେ
ବାଟ ଚାଲିବା ଶିଖିଛୁ,
ସେ ହାତରେ ଆଜି ନିର୍ଭୟେ
ତାହା ଗାଲରେ ଚାପୁଡ଼ା ମାରୁଛୁ ..... I
ଧନ୍ୟ ହୋଇଯିବ କ୍ଷଣିକ ପାଇଁ ତ
ଯନ୍ତ୍ରଣା ଜର୍ଜରିତ ଜୀବନ କଟାଇ,
ଜାଣେ ସେ ରାତି ପାହିଲା ବେଳକୁ
ଥିବ କି ସେଠାରେ ନାହିଁ ?..... I
ସେ ଦେଇଥିବା ଆମ ହିତୋପକାର
ତା' ପାଦ ତଳେ ମୁଣ୍ଡ ନୁଆଁଇ.,
କରିବା ନାହିଁ କେବେ ଅପବ୍ୟବହାର
ସେବା, ଶ୍ରଦ୍ଧାଭକ୍ତି ଦେବା ଯୋଗାଇ ..... I
ଜୁଇରେ ଜଳିବ ଅବା କଭର ଭିତରେ
କିଏ ଅବା ପାରିବ କହି ?
ହୁଅଇ ବିକଳ ବାର୍ଦ୍ଧକ୍ୟ କାଳରେ
ଏଇ ଧରିତ୍ରୀ ସହିବ ନାହିଁ ..... I