Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Drama Fantasy Children

4.3  

Chinmaya Nayak

Drama Fantasy Children

ଭାସିଯାଆ ମୋର କାଗଜ ଡଙ୍ଗା

ଭାସିଯାଆ ମୋର କାଗଜ ଡଙ୍ଗା

1 min
182


ପବନ ବହୁଛି ଝିପିଝିପି

ମେଘ ବରଷଇ

ବିଜୁଳି ଚମକେ ଘଡ଼ଘଡ଼ି

ଡାକେ ରହି ରହି l


କେତେ ମଜା ଲାଗେ ଗଗନରୁ

ବରଷା ପଡ଼େ ଝରି

ଫୁଟି ଭାସିଯାଏ ପାଣିରେ

ଫୋଟକା ଅସୁମାରୀ l


ଡରିଯିବୁ ନାହିଁ ଗଗନର 

ଦେଖି ମେଘ ବାଆ

ଅଟକିବୁ ନାହିଁ କଥା ମୋର 

ଶୁଣି ଭାସିଯାଆ l 


ଝୁଲି ଝୁଲି ତୁହି ବହୁଦୂରେ 

ବେଗେ ଯାଆ ଭାସି 

ବିଦାୟ ଦେଉଛି ତୋତେ ମୁହିଁ

ଏବେ ହସି ହସି l 


ଏଇ ହାତେ ତୋତେ ଗଢିଛି ମୁଁ 

ଆଜି ଭରଷାରେ 

ଖେଳିଛି ତୋ ସାଥେ ଏହିପରି 

ଭିଜି ବରଷାରେ l 


ଭାସିଯାଆ ମୋର କାଗଜ 

ଡଙ୍ଗା ଭାସି ଯାଅl

ବାଟଯାକ ଯେତେ ନୂଆ ନୂଆ  

ସାଥି ଭେଟୁଥାଆ l 


    



Rate this content
Log in

Similar oriya poem from Drama