Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Abstract Drama Romance

4.5  

Chinmaya Nayak

Abstract Drama Romance

ସପନର ଶେଷ ଝଲକ

ସପନର ଶେଷ ଝଲକ

1 min
185


ସପନର ଶେଷ ଝଲକ ନିଦରେ 

ଯେବେ ସେ ଝଲସୁଥିଲା 

ସପନ ତୂଳୀ ମୋ ବାଟବଣା ହୋଇ

ପ୍ରତିଛବି ଆଙ୍କୁଥିଲା I


ଲାଜଭରା ଆଖି ସତେ ଅବା ! କାହା 

ପଥ ଚାହିଁ ରହିଥିଲା 

ଚୋରି ଚୋରି ଚୋରା ଚଇତାଳି ସାଥେ 

ମୋର ସପନରେ ଆସିଗଲା ।

 

ଆଜିବି ଦେଖୁଛି ସେହି ପ୍ରତିଛବି

ତୁଠେ ଉଙ୍କି ମାରିବାର

ସଞ୍ଜ ନଇଁଗଲେ ଚହଲା ପାଣିରେ

ଜହ୍ନ ସାଥେ ଖେଳିବାର I


ଅଳସ ପାଦଟା ପାଉଁଜିର ତାଳେ 

ଯାଉଥିଲା ନାଚି ନାଚି 

ଦୋଳି ଖେଳୁଥିଲା ହୃଦୟ ଗୋପନେ 

ମନ ଖେଳୁଥିଲା ପୁଚି I 


ଛାତିରେ ପଶିଲା ଛନକା ରୋଗଟା 

ଦେହ କସ୍ ମସ୍ ହେଲା 

ଶୋଇଲେ ବସିଲେ ସପନ ଘାରିଲା 

ନିଦଟା ଉଭେଇ ଦେଲାI 


କଳପ ଗଳପ ଅଳପେ କହିଲା 

ରାତି ସପନରେ ଆସି 

ନିଦ ସରିଗଲା ଜହ୍ନ ବୁଡା ବେଳେ

ପ୍ରଭାତେ ଝୁରୁଛି ବସି I 


     



Rate this content
Log in

Similar oriya poem from Abstract