Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Chinmaya Nayak

Drama Tragedy Others

3  

Chinmaya Nayak

Drama Tragedy Others

ଶୁଖିଲା ଶ୍ରାବଣ

ଶୁଖିଲା ଶ୍ରାବଣ

1 min
187


    ଶୁଖିଲା ଶ୍ରାବଣ ସାଜିଛି ପାଷାଣ

     ନେଲାଣି ସେ କେତେ ଜୀବନ

    ଅଂଶୁମାନ କରେ ଅତିଷ୍ଠ ଧରାରେ 

       ଯନ୍ତ୍ରଣା ଦିଅଇ ଭୀଷଣ l


    ଅପେକ୍ଷା ରତ ଏ ସବୁଜ କ୍ଷେତରେ 

        ଶୁଖିଲା ଭୂଇଁରେ ରହି 

     କୃଷକ ଭାଇର ମଥା ଘୂରିଯାଏ 

      କ୍ଷେତ ଆଡ଼େ ଦେଲେ ଚାହିଁ l


   ଉତ୍ତପ୍ତ ଅଂଶୁରେ କି ଫଳିବ ଭଲେ 

       ପତର ଝାଉଁଳି ଲେଣି 

    ବର୍ଷାରାଣୀର ଏ ଅଭିମାନ ପାଇଁ 

       ମିଳିବନି ଦାନା ପାଣି l


    ଡୁବିଛି ବେଉସା ଭରିଛି ନିରାଶା 

        ଭୂତାଣୁ ଛକିଛି ପଥେ  

    ଥିଲା ଯାହା କିଛି ମୃତ୍ୟୁପଥ ବାଛି 

       ପ୍ରାଣ ଯାଏ ଋଣ ଚାପେ l


    ବୁଡ଼ିଲା ଯେ ବେଳ ସାରା ଅଞ୍ଚଳ 

       ଉପର ବାଲାର ଖେଳ    

   ଦଇବ ଖେଳେ ଲୁହ ଲହରୀ ଖେଳ 

       ଦୁଃଖଟି ଖାଲି ସମ୍ବଳ l


   ବିପଦ ଆସିଛି ମହାମାରୀ ହୋଇ 

       ଅଜଣା ଭୂତାଣୁ ରୂପେ 

    ପ୍ରକୃତି ମା'କୁ ଉପହାସ କରି 

     ଯନ୍ତ୍ରଣା ପାଉ ତା କୋପେ


Rate this content
Log in