STORYMIRROR

Pravasini Senapati

Tragedy

4  

Pravasini Senapati

Tragedy

କାଳ ଫାସ

କାଳ ଫାସ

1 min
367

ଦିନ ପରେ ରାତି ଜନ୍ମ ପରେ ମୃତ୍ୟୁ

କି ଭାବରେ ବିହି ଦେଇଛି ଖଞ୍ଜି

ବୟସ ବଢୁଛି ଆୟୁଷ କମୁଛି

ଚିତ୍ରଗୁପ୍ତ ଧରି ବସିଛି ପାଞ୍ଜି ।(୧)


ଏଇ ତ ଦୁନିଆ ଦି ଦିନ କୁଣିଆ

ସମୟ ସରିଲେ କିଏ କାହାର?

ଜୀବ ଥିବା ଯାଏଁ ଲୋଭ ଗ୍ରାସୁଥାଏ

 ତେଣୁ ବଢ଼ି ଚାଲେ ପାପର ଭାର ।(୨)


ପାପ ଆଉ ପୂଣ୍ୟ ହିସାବକୁ ନେଇ

ନିର୍ଣ୍ଣୟ ହୋଇବ ଫଳଟି ସିନା

ଯେମିତି କରିବା ସେମିତି ପାଇବା

କେହି ଭାଗିଦାର ହେବେନି ଜମା ।(୩)


ଜୀବନର ଏଇ ରଙ୍ଗମଞ୍ଚ ପରେ

ଅଭିନୟ କରୁ କରୁ ଯେ ଦିନେ

କେଉଁ ମୁହୂର୍ତ୍ତରେ ପାଶେ ଆସି ମୃତ୍ୟୁ

କାଳ ଫାସେ ବାନ୍ଧି ନେବ ଗୋପନେ (୪)


ସନ୍ତର୍ପଣେ ଆସି ସାଥେ ନେଇଯିବ

ଅନିଚ୍ଛା ସତ୍ତ୍ୱେ ବି ଯିବାକୁ ହେବ

ଅଧାରେ ରହିବ ଯେତେ ସବୁ ଆଶା

ସପନକୁ ରାତି ନିଅଣ୍ଟ ହେବ ।(୫)


ମିଛ ମାୟା ଭରା ଅସାର ସଂସାର

ନିଷ୍ଠୁର ସମୟ ଧରିଛି ଡୋରି

ମାୟା ମୋହ ତେଜି ବିଭୁ ନାମ ଭଜି

ପାରି ହେବା ଏହି ସଂସାର ତରି ।(୬)


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy