ଥରୁଟେ ପଢିବ
ଥରୁଟେ ପଢିବ
କାହିଁକି ହେ ପ୍ରଭୁ ଜନ୍ମ ଦେଇଅଛ
ଦୁର୍ଭାଗ୍ୟ ବୋଝ କୁ ଲଦି,
କେତେଦିନ ଯାଏ ବୋହି ବୋହି ନେବି
ଦିଅ ହେ ଏ ଆଖି ମୁଦି ।
କେଉଁ ଜନମର କେଉଁ ଅଭିଶାପ
ଧରି ଅଛି ମୋତେ ଭିଡ଼ି,
ହସିବା ଆଗରୁ ମୋ ଓଠରୁ ଖୁସି
ପଡୁଛି ଅକାଳେ ଝଡ଼ି ।
ଆସିବା ଆଗରୁ ଖୁସି ମୋ ପାଖକୁ
ଦୁଃଖରେ ସେ ଜଡ଼ି ଯାଏ ,
କ୍ଷଣିକ ସୁଖ କି ସାରା ଜୀବନକୁ
ଜୀଇଁବାର ରାସ୍ତାଟିଏ ?
ଦୁଃଖ କହିବାକୁ ମୁଖ ମୁଁ ଖୋଲିଲେ
ମିଳେ ମୋତେ ପରିହାସ ,
ତୁଚ୍ଛ ହୋଇଯାଏ ଯିଇଁବା ମୋହର
ଜୀବନ ଲାଗଇ ବିଷ ।
କାକର ପରିମୁଁ ହଯାଏ ଅସ୍ତିତ୍ଵ
ସୂରୁଜ ଆସଇ ଯେବେ,
ଅଧାଗଢ଼ା ଗୋଟେ କଳସୀଟିଏ ମୁଁ
ପୂର୍ଣ୍ଣ ହେବି ପ୍ରଭୁ କେବେ ?
ଅଧାଅଧୁରା ମୁଁ ଭଙ୍ଗା ଯାନଟିଏ
ଗଡ଼ି ଗଡ଼ି ଚାଲୁ ଥାଏ,
କେତେ ଖାଲ ଢିପ ଉଠାଣି ଗଡ଼ାଣି
ଲୁହ ଢ଼ାଳି ପାରିହୁଏ ।
ଅଣ୍ଟା ଭାଙ୍ଗି ଯେବେ ତଳେ ପଡ଼ିଯାଏ
ଦୃଦୟ ବ୍ୟଥିତ ହୁଏ ,
ଆଖି ଖୋଜି ବୁଲେ ଏ ପାଖ ସେ ପାଖ
ସାହାଯ୍ୟର ହାତଟିଏ ।
ଆପଣାର ଲୋକେ ଦୂରେ ଯାନ୍ତି ଚାଲି
କରି ମୋତେ ଅସହାୟ,
ବୋଝ ସାଜିଜିବି କାହାପରେ କାଳେ
ଭାବି କରୁଥାନ୍ତି ଭୟ ।
ଏତେ ନିରୁପାୟ କାହିଁ କଲ ପ୍ରଭୁ
ଦେଇ ଏ ଅମୂଲ୍ୟ ପ୍ରାଣ ,
ସର୍ବଜ୍ଞାତା ତୁମେ ସର୍ବବିଦ୍ୟମାନ
ମୋର ଦୃଦ କଥା ଜାଣ ।
ମୋର ମନ କଥା କାଗଜେ ଭତ୍ତାରି
ତୁମ ପାଦେ ରଖୁଅଛି,
ପଢିବ ଥରୁଟେ ଦୁଃଖିନୀର ଦୁଃଖ
ଏ ମାଗୁଣି କରୁଅଛି ।